Jai Odisha
News

ରଣଜୀ ଟ୍ରଫି 2024: ଦିଲ୍ଲୀ ବିପକ୍ଷରେ ଓଡିଶାର ପରାଜୟ

ନିରାଶ କଲେ ଓଡିଶା ଟିମ

ନୂଆଦିଲ୍ଲୀ : ଚଳିତ ବର୍ଷ ରଣଜୀ ସିଜିନରେ ଚତୃର୍ଥ ପରାଜୟ ବରଣ କରିଛି ଓଡିଶା. ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଖେଳାଯାଉଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ 7 ଓ୍ଵିକେଟରେ ପରାଜୟ ବରଣ କରିଛି ଓଡିଶା. ପ୍ରଥମ ଇନିଂସରେ 440 ରନ କରିଥିଲେ ସୁଦ୍ଧା ଦ୍ଵିତୀୟ ଇନିଂସରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମ୍ୟାଚ ହାରିଛି ଓଡିଶା. ପ୍ରଥମ ଇନିଂସରେ ଓଡିଶାର 440 ରନ ଜବାବରେ 451 ରନ ସ୍କୋର କରିଥିଲା ଦିଲ୍ଲୀ. ଦ୍ଵିତୀୟ ଇନିଂସରେ ଓଡିଶା ମାତ୍ର 133 ରନରେ ଅଲଆଉଟ ହୋଇଯିବା ଫଳରେ ଦିଲ୍ଲୀ ଟିମକୁ 123 ରନ ବିଜୟ ଲକ୍ଷ୍ୟ ମିଳିଥିଲା. ଯାହାକୁ ଦିଲ୍ଲୀ ଟିମ ମାତ୍ର 20.3 ଓଭରରେ ତିନୋଟି ଓ୍ଵିକେଟ ହରାଇ ହାସଲ କରି ନେଇଛି. ଏହି ପରାଜୟ ସହ ଚଳିତ ବର୍ଷ ରଣଜୀ ସିଜିନରେ ଓଡିଶା ଚତୃର୍ଥ ପରାଜୟ ବରଣ କରିଛି. ବିଗତ କିଛି ସିଜିନରେ ଓଡିଶା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଅନେକ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି.

Leave A Reply

Your email address will not be published.