Jai Odisha
News

ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା

ପୁରୀ,୩୦/୦୬  : ଆସନ୍ତାକାଲି ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା।ଆଜି ମହାପ୍ରଭୁଙ୍କ ଉଭାଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ଦାଣ୍ଡ। ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଓ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍ ଗୁଡ଼ିକ ମାଳତିପାଟପୁର ବସଷ୍ଟାଣ୍ଡରେ ରହିବେ ଓ ଯିବା ଆସିବା କରିବେ। ସେହିପରି ପୁରୀକୁ ଆସୁଥିବା ପାସେଞ୍ଜର ବସ୍‌ ଗୁଡିକ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ ଓ ଯିବା ଆସିବା କରିବେ। ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମାଳତୀପାଟପୁର ଆରଓବି ଦେଇ ଆଇଟିଆଇ, ଇନଡୋର ଷ୍ଟାଡିୟମ ଓ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ପାର୍କିଂ କରିବେ।ହ୍ମଗିରିରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମଙ୍ଗଳାଘାଟ ବାଇପାସ୍ ଦେଇ ଫ୍ଲୋରିସ୍ ଇଣ୍ଡିଆ ନିକଟରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ଗ୍ରୀଡ୍ ଷ୍ଟେସନ ଦେଇ ଆଇଟିଆଇ, ଭୂଦାନ୍ ଓ ଇନଡୋର ଷ୍ଟାଡିୟମରେ ପାର୍କିଂ କରିବେ। ଭୁବନେଶ୍ୱରରୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଲଭ, ମଶାଣୀ ଚଣ୍ଡୀ ଠାରେ ପାର୍କିଂ କରିବେ। କୋଣାର୍କରୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ସିଟି ରୋଡ, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ଓ ନିଳାଚଳ ଅଶୋକରେ ପାର୍କିଂ କରିବେ। ପାସ୍ ଥିବା ଯାନ ଗୁଡିକ ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବେ।ପୁରୀ ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ୩ଟି ସ୍ୱତନ୍ତ୍ର ଟିମ୍ କରାଯାଇଛି।  ଏଥିସହ ୯୦ ଜଣ ଲାଇଫ୍ ଗାର୍ଡ ଓ ୩୦୦ ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ। ଅଂଶୁଘାତ ଜନିତ ସୁରକ୍ଷା ପାଇଁ ୧୫ଟି କୁଇକ୍ ରେସପନ୍ସ ଟିମ୍ ଓ ୮ଟି ୱାଟର ଟ୍ୟାଙ୍କର ରହିବ।  ଜଳ ନିଷ୍କାସନ ପାଇଁ ୧୦ଟି ଫାୟାର ପମ୍ପ ରହିବ। କୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ  ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ ୨୪ ଘଣ୍ଟିଆ କାଯ୍ୟ କରିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।

Leave A Reply

Your email address will not be published.