Jai Odisha
News

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦୁଇ ଜଣ ଦୃଷ୍ଟିହୀନ ଛାତ୍ରୀ ନିଖୋଜ

ଭୁବନେଶ୍ୱର ୧୬।୦୩ : ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦୁଇ ଜଣ ଦୃଷ୍ଟିହୀନ ଛାତ୍ରୀ ନିଖୋଜ। ଏହି ଦୁଇ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା କୁହାଯାଉଛି । ତେବେ ପୋଲିସ ଦୁଇ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଚିଠି, ଭଏସ ରେକର୍ଡିଂ ମେମୋରି ଚିପ୍ ଜବତ କରିଛି । ସମ୍ପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କ ପକ୍ଷରୁ ସହିଦ ନଗର ଥାନାରେ ଅଭିଯୋଗ ପରେ ପୋଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଖବର ଅନୁଯାୟୀ, ଜଣେ ଛାତ୍ରୀ ଭୁବନେଶ୍ୱର ଉପକଣ୍ଠ ଏକ ଗାଁରୁ ବିଶ୍ୱବିଦ୍ୟାଳୟକୁ ଆସନ୍ତି ଓ କ୍ଲାସ ସରିବା ପରେ ଘରକୁ ଫେରନ୍ତି । ମାତ୍ର ସୋମବାର ଦିନ କ୍ଲାସ କରିବାକୁ ଆସି ଛାତ୍ରୀ ଜଣଙ୍କ ଆଉ ଘରକୁ ଫେରିନଥିଲେ । ଝିଅକୁ ନ ପାଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ । ସେହିପରି ହଷ୍ଟେଲରେ ରହୁଥିବା ଅନ୍ୟ ଜଣେ ଛାତ୍ରୀ ମଧ୍ୟ ରୁମକୁ ଫେରିନଥିଲେ । ଏନେଇ ଛାତ୍ରୀଙ୍କ ମାମୁଁ ସହିଦ ନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.