Jai Odisha
News

‘ରସ୍‌ନା’ର ପ୍ରତିଷ୍ଠାତା ଅରିଜ ପିରୋଜଶ ଖମ୍ବାଟାଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୧୧; ଲୋକପ୍ରିୟ ପାନୀୟ ‘ରସ୍‌ନା’ର  ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅରିଜ ପିରୋଜଶ ଖମ୍ବାଟାଙ୍କର ପରଲୋକ। ରସ୍‌ନା ଗ୍ରୁପ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ୮୫ ବର୍ଷୀୟ ଖମ୍ବାଟାଙ୍କ ଶନିବାର ପରଲୋକ ହୋଇଛି। ଅରିଜ ଖମ୍ବାଟା ବେନିଭୋଲେଣ୍ଟ ଟ୍ରଷ୍ଟ ଏବଂ ରସନା ଫାଉଣ୍ଡେସନର ଚେୟାରମ୍ୟାନ୍ ମଧ୍ୟ ଥିଲେ। ନ୍ୟୁଜ ଏଜେନ୍ସି ପିଟିଆଇର ସୂଚନା ଅନୁସାରେ, ସେ ଡବ୍ଲ୍ୟୁଏପିଆଇଜେଡ୍‌(ପାର୍ସି ଇରାନୀ ଜରଥୋସ୍ତିର ବିଶ୍ବ ମହାମେଣ୍ଟର)ର ପୂର୍ବତନ ଅଧ୍ୟକ୍ଷ ଓ ଅହମ୍ମଦାବାଦ ପାର୍ସି ପଞ୍ଚାୟତର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ।

 

Leave A Reply

Your email address will not be published.