Jai Odisha
News

ରାଉରକେଲାକୁ ଦୈନିକ ବିମାନ ସେବା ଆରମ୍ଭ

ଭୁବନେଶ୍ବର,୭।୧୨:ଆଜି ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ଆଜି ରାଉରକେଲା ବିମାନବନ୍ଦରରୁ ଦୈନିକ ବିମାନ ସେବା ଆରମ୍ଭ ହୋଇଛି। ଆଜି ଏଠାରୁ ୪୭ଜଣଯାତ୍ରୀଙ୍କୁ ଧରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଛନ୍ତି। ସୂଚନାଯୋଗ୍ୟ, ସକାଳ ପ୍ରାୟ ୧୧ଟାରେ ଆଲିଆନ୍ସ ଏୟାର (ଏଟିଆର-୭୨) ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ବାହାରିଥିଲା। ମଧ୍ୟାହ୍ନ ୧୨ଟା ୭ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିଥିଲା।  ଆଜି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ବି ଉପସ୍ଥିତ ଥିଲେ। ଏହାକୁ ଭର୍ଚୁଆଲରେ ଉଦଘାଟନ କରିଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର-ରାଉରକେଲା ବିମାନ ଉଡ଼ାଣର ଫ୍ଲାଗ ଅଫ୍ କରିଛନ୍ତି । ହକି ବିଶ୍ବକପ ପୂର୍ବରୁ ରାଉରେକାଲ ଓ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ  ।   ୧୨ ତାରିଖରୁ ଭୁବନେଶ୍ବର ରାଉରକେଲା ମଧ୍ୟରେ ରୁଟିନ ଉଡ଼ାଣ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ବିମାନ ଭୁବନେଶବରରୁ ଅପରାହ୍ନ ୨ଟା ୫୫ରେ ଛାଡ଼ିବ ଏବଂ ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ । ସେହିପରି ରାଉରକେଲା ଦିନ ୪ଟା ୧୫ରୁ ବାହାରି ଭୁବନେଶ୍ୱରରେ ୫ଟା ୧୦ରେ ପହଞ୍ଚିବ । ଆଲାଏନ୍ସ ଏୟାର ଦ୍ୱାରା ଚଳାଚଳ କରିବାକୁ ଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାତାୟତ କରିପାରିବେ । ଭୁବନେଶ୍ବରରୁ ରାଉରକେଲା ବିମାନଭଡ଼ା ୨୮୦୩ ଟଙ୍କା ଥିବା ବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନଭଡ଼ା ରହିଛି ୨୭୨୧ ଟଙ୍କା ।

Leave A Reply

Your email address will not be published.