Jai Odisha
News

ରାଜକନିକାରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପ୍ରାମାଣିକ୍

ରାଜକନିକା,୧୧/୯:ଭାରତ ସରକାରଙ୍କ ଗୃହ,କ୍ରୀଡ଼ା ଓ ଯୁବ ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପ୍ରାମାଣିକ୍ ଦୁଇ ଦିନିଆ କେନ୍ଦ୍ରାପଡ଼ା ଜିଲା ଗସ୍ତ ଅବସରରେ ରବିବାର ରାଜକନିକା ବ୍ଲକ୍ ଗସ୍ତ କରି ପେଗରପଡ଼ାରେ ଜଣେ ଦଳିତ ପରିବାରଙ୍କ ସାଙ୍ଗେ ମଧ୍ୟାହ୍ନ ଭୋଜନ ଖାଇଛନ୍ତି । ଏହା ସହିତ ମେଘପୁର ଠାରେ ସହିଦ୍ ବାସୁ ବିସୁନିଙ୍କ ସ୍ମୃତିସ୍ତମ୍ଭରେ ପୁଷ୍ଫମାଲ୍ୟ ଅର୍ପଣ କରି ଦୁଇ ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପ୍ରାମାଣିକ୍ ସହିଦ୍ ସ୍ମୃତିସ୍ତମ୍ଭ ନିକଟରେ ଚାରା ରୋପଣ ମଧ୍ୟ କରିଥିଲେ ।ଆଜି ପ୍ରବଳ ବର୍ଷା ସତ୍ୱେ ଆଳି ନିର୍ବାଚନ ମଣ୍ଡଳୀର ବିଜେପିର ବରିଷ୍ଠ ନେତା ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ସହିତ ବିଜେପି କର୍ମୀମାନେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଆଳି ନିର୍ବାଚନ ମଣ୍ଡଳୀର ସଂଯୋଜକ ତଥା ରାଜ୍ୟ କମିଟିର ସଦସ୍ୟ ରଶ୍ମିରଞ୍ଜନ ବେହୁରା, ବିଜେପି ନେତା ବିଷ୍ଣୁ ଦାସ, ଜିଲା ସଭାପତି କିଶୋର ପଣ୍ଡା, ତିନି ଜୋନ୍ ସଭାପତି ନିହାର ରଞ୍ଜନ ନାୟକ, ଅନୁରାଧା ସାମଲ, ରାଜେନ୍ଦ୍ର ବେହେରା, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶନୀ ନନ୍ଦ, ଜିଲା ସାଧାରଣ ସଂପାଦକ ଶଶଙ୍କ ଶେଖର ସେଠୀ ଏବଂ ବିଜେପି ଯୁବ ମୋର୍ଚ୍ଚାର ନିହାର ରଞ୍ଜନ ସ୍ୱାଇଁଙ୍କ ସହିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ, ଜିଲା ଏବଂ ମଣ୍ଡଳସ୍ତରୀୟ ବିଜେପି କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରେୟସ ଦାସ ରାଜକନିକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନେଇ ମନ୍ତ୍ରୀ ଶ୍ରୀପ୍ରାମାଣିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପ୍ରାମାଣିକ୍ ଗଣମାଧ୍ୟମକୁ କହିଥିଲେଯେ, ସାରା ଭାରତରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହେଉଛି । ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗ ଦର୍ଶନରେ ଏହି ମହୋତ୍ସବ ସାରା ଭାରତରେ ଘରେ ଘରେ ପାଳନ କରାଯାଉଛି । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧାମାନଙ୍କୁ ସମ୍ମାନ ଦିଆଯିବା ସହିତ ସେମାନଙ୍କ ବଳିଦାନ ସଂପର୍କରେ ଭାରତବାସୀଙ୍କୁ ଜଣାଯାଉଛି । ଯାହାକି ସ୍ୱାଧୀନତା ଆନ୍ଦୋଳନ ସମୟରେ ଅନେକ ସଂଗ୍ରାମୀଙ୍କ କଥା ଆଜି ଇତିହାସରେ ପୃଷ୍ଠାରେ ରହିନାହଁ । ସେହିମାନଙ୍କୁ ଖୋଜି ପାଠ୍ୟପୁସ୍ତିକାରେ ସ୍ଥାନ ଦିଆଯାଇ ନୂଆ ଇତିହାସ ସୃଷ୍ଟି କରାଯାଉଛି ।

Leave A Reply

Your email address will not be published.