Jai Odisha
News

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୨୧ା୫: ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି।ୟୁନିଟ ୮ରେ ଥିବା ଏକ ଘରୁ ଏସ୍‌ଟିଏଫ୍‌ ଟିମ୍‌ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଏସ୍‌ଟିଏଫ୍‌ ଟିମ୍‌ ବେପାରୀ ଚିତ୍ତରଞ୍ଜନ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି। ଚିତ୍ତରଞ୍ଜନଙ୍କ ଘର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳଙ୍ଗା ଗାଁରେ ବୋଲି ଜଣାଯାଇଛି।   କ୍ରାଇବ୍ରାଞ୍ଚ ଏସଟିଏଫ ପକ୍ଷରୁ ସ୍ବତନ୍ତ୍ର ଭାବେ ଚଢ଼ାଉ କରାଯାଇ ୟୁନିଟ ୮ସ୍ଥିତ ଏକ ସରକାରୀ କ୍ବାଟରରୁ ୧୧୦୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ବ୍ରାଉନସୁଗାର ଜବତ ମାମଲାରେ ସରକାରୀ କ୍ବାଟର୍ସରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି।

Leave A Reply

Your email address will not be published.