Jai Odisha
News

ରାଜଧାନୀରୁ ଲୁଟ : ଝରକା ତାଡି ଲୁଟିଲେ ଦୁର୍ବୃତ୍ତ

ତାଲା ପଡ଼ିଥିବା ଘରୁ ଲୁଟ

ଭୁବନେଶ୍ୱର : ଘରର ଝରକା ତାଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ. ଏଭଳି ଅଘଟଣ ଘଟିଛି ରାଜଧାନୀ ଭୁବନେଶ୍ୱରର କପିଳପ୍ରସାଦ ଅଂଚଳରେ. ସୂଚନା ଅନୁସାରେ କପିଳ ପ୍ରସାଦ କେଳୁଚରଣ ଲେନ- 5 ରେ ରହୁଥିବା ଧ୍ରୁବ ପାତ୍ର ଦୁଇଦିନ ତଳେ ବାଙ୍ଗାଲୋର ବୁଲିବାକୁ ବାହାରିଥିଲେ. ଗତକାଲି ରାତିରେ ତାଲା ପଡ଼ିଥିବା ଘର ଦେଖି ଲୁଟେରା ମାନେ ଟାର୍ଗେଟ କରିବା ସହ ଝରକା ତାଡି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ରୂପା ଗହଣା ଲୁଟି ନେଇଛନ୍ତି. ସକାଳୁ ଧ୍ରୁବଙ୍କ ଜଣେ ପଡୋଶୀ ଝରକା ଭଙ୍ଗା ଯାଇଥିବା ଦେଖି ତାଙ୍କୁ ଏବଂ ପୋଲିସକୁ ଖବର ଦେଇଥିଲେ. ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି.

 

Leave A Reply

Your email address will not be published.