Jai Odisha
News

ରାଜଧାନୀରେ କୁକୁର ରଖିଲେ! ବିଏମସି ଅଧୀନରେ ପଞ୍ଜୀକରଣ ବାଧ୍ୟତାମୂଳକ

ଭୁବନେଶ୍ୱର,୩୦ା୪ :ରାଜଧାନୀରେ କୁକୁର ରଖିବାକୁ ଚାହିଁଲେ ବିଏମସି ଅଧୀନରେ ପଞ୍ଜୀକରଣ ବାଧ୍ୟତାମୂଳକ । ବାହାର କୁକୁର ସହରକୁ ଆଣିଲେ ସପ୍ତାହେ ଭିତରେ ପଞ୍ଜୀକରଣ କରିବାକୁ ହେବ । କୁକୁର ବାହାରକୁ ଗଲେ ବେକରେ କୁକୁର ପଟା ସହ ରେଜିଷ୍ଟ୍ରେସନ ପ୍ଲେଟ ବା ନମ୍ବର ଝୁଲାଇବାକୁ ହେବ । କୁକୁର ବୟସ ହୋଇଗଲେ ରାସ୍ତା କଡରେ ଛାଡି ଦେଇପାରିବେ ନାହିଁ । ଖେଳ ପ୍ରଦର୍ଶନ କରିବାକୁ ଥିଲେ ବିଏମସିରେ ଆଗୁଆ ଜଣାଇବାକୁ ହେବ । କୁକୁର ଯଦି ଅନ୍ୟ କୌଣସି ବାହ୍ୟ ଲୋକ କିମ୍ବା ସମ୍ପତ୍ତିକୁ ନଷ୍ଟ କଲେ ମାଲିକଙ୍କୁ ଏଥି ପାଇଁ ଜରିମାନା ଦେବାକୁ ହେବ । ବିଏମସିର ଏହି ନୂଆ ନିୟମକୁ ନେଇ ପଶୁପ୍ରେମୀ କହିଛନ୍ତି, କୁକୁରଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ନିର୍ମାଣ ନ ହେଲେ ମଳତ୍ୟାଗ ବା କୁକୁର ବୁଲାଇବାକୁ ଅସୁବିଧା ହୋଇପାରେ |ଏଣିକି ଆପଣଙ୍କ କୁକୁର କାହାକୁ କାମୁଡିଲେ ଆପଣ ଗଣିବେ ବଡ଼ ତଣ୍ଡ। କୁକୁର ପାଳିବାକୁ ହେଲେ ଆପଣଙ୍କୁ ମାନିବାକୁ ପଡିବ ନୂଆ ନିୟମ। ଭୁବନେଶ୍ବରରେ ଲଗାତାର କୁକୁର କାମୁଡା ଘଟଣା ସାମ୍ନାକୁ ଆସୁଥିବା ବେଳେ ବିଏମସି ପ୍ରଣୟନ କରିଛି ଏହି ନୂଆ ନିୟମ। ଏଣିକି ଗୃହପାଳିତ କୁକୁର କାହାକୁ କାମୁଡିଲେ ମାଲିକ ମାନଙ୍କୁ ୧୦ ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ। 500 ଟଙ୍କା ଦେୟରେ ପ୍ରତି 4ମାସରେ ହେବ କୁକୁର ମାନଙ୍କ ପଞ୍ଜିକରଣ। ନୂଆ ନିୟମ ଅନୁଯାୟୀ କେବଳ ଦୁଇଟି କୁକୁର ରଖିପାରିବେ ମାଲିକ।ଦେଶୀ ବିଦେଶୀ କୁକୁର ରଖିଥିବା ରାଜଧାନୀର ଲୋକେ ସାବଧାନ । କୁକୁର କାମୁଡିଲେ ମାଲିକ ଗଣିବେ ତଣ୍ଡ । ରାସ୍ତା, ପାର୍କ, ଜନବସତି ଅଞ୍ଚଳରେ ମଳ ତ୍ୟାଗ କରାଇଲେ ମଧ୍ୟ ତଣ୍ଡ ଗଣିବେ । ବିଏମସି ଆଣିଛି ଏପରି ନୂଆ ନିୟମ । ଗତକାଲି ବିଏମସି ବୈଠକରେ ଏହି ବାଇ ଲ ପାରିତ ହୋଇଛି । ଏହି ନିୟମ ଅନୁସାରେ-ଜଣେ କୁକୁର ପ୍ରେମୀ ଚାହିଁଲେ ଅତି ବେଶିରେ ଦୁଇଟି କୁକୁର ରଖିପାରିବେ ।

 

Leave A Reply

Your email address will not be published.