Jai Odisha
News

ରାଜଧାନୀରେ ଗର୍ଜିଲେ ହାଇସ୍କୁଲ ଏନପିଏସ୍ ଶିକ୍ଷକ

ଭୁବନେଶ୍ବର,୨୦/୧୧: ରାଜଧାନୀରେ ଶିକ୍ଷକଙ୍କ ସରକାର ବିରୋଧୀ ସମାବେଶ। ଭୁବନେଶ୍ୱର ମହାତ୍ମା ଗାନ୍ଧି ମାର୍ଗରେ ହଜାର ହଜାର ଶିକ୍ଷକ ସରକାର ବିରୋଧରେ ଗର୍ଜନ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ୧୫ରେ ମୁଖ୍ୟମନ୍ତ୍ରୀ ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରିବା ପରେ ଭୁବନେଶ୍ୱରରେ ସେଲିବ୍ରେସନରେ ମାତିଥିଲେ। ଆଉ ସେଇ ନେତା ଆଜି ବି ରାଲିରେ ସାମିଲ ହୋଇ ବିଷୋଦଗାର କରିଛନ୍ତି। ୨୦୦୪ରୁ ୨୦୧୪ ଭିତରେ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ରେଗୁଲାର ନକଲେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ୍ ପରୀକ୍ଷାକୁ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇଛି ସରକାରୀ ହାଇସ୍କୁଲ୍ ଏନପିଏସ୍ ଶିକ୍ଷକ ସଂଘ। ସେପଟେ ସରକାର ବିରୋଧରେ ଆଜି ମେଳି କରିଛନ୍ତି ତିନି ପ୍ରାଥମିକ ଶିକ୍ଷକ ସଂଘ। ଗଠନ କରିଛନ୍ତି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ। ସରକାର ଐତିହାସିକ ନିଷ୍ପତ୍ତି କହି ଚୁକ୍ତି ଭିତ୍ତିକ ପ୍ରଥାକୁ ଉଚ୍ଛେଦ କଲେ ମାତ୍ର ପ୍ରାଥମିକ ଶିକ୍ଷକଙ୍କ ଭିତରୁ ଅନେକଙ୍କ ଚାକିରି ରେଗୁଲାର ହୋଇନି ଏବଂ ଇନକ୍ରିମେଣ୍ଟ ବି ଦିଆଯାଉନି। ଏହା ବିରୋଧରେ ଆସନ୍ତା ୨୭ ତାରିଖରେ ମହାସଂଘ ଭୁବନେଶ୍ୱରରେ ବିଶାଳ ସମାବେଶ କରିବ ବୋଲି ସୂଚନା ଦେଇଛି ସଂଘ। ସେହିପରି ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ବି ମାଟ୍ରିକ ପରୀକ୍ଷା ନେଇ ଚେତାବନୀ ଦେଇଛି। ପେନସନ ସୁବିଧା ନଦେଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଓଷ୍ଟା ପକ୍ଷରୁ ସୂଚନା ଦିଆଯାଇଛି।

 

Leave A Reply

Your email address will not be published.