Jai Odisha
News

ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା : ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ

ଭୁବନେଶ୍ୱର, ୧୦/୦୮: ରାଜଧାନୀ   ଭୁବନେଶ୍ୱରରେ ଟ୍ରାଫିକ୍‌ ସମସ୍ୟା ନେଇ ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ ପାଣ୍ଡିଆନ । ଭୁବନେଶ୍ୱର ଗାଡ଼ି ମୋଟର ସଂଖ୍ୟା ରେ ମଧ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି । ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଇବା ପରେ ୫ଟି ସଚିବ  ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଛକ ଓ଼ ଆଇଗିଣିଆ ଚ୍ଛକ ଆଦି ଭୁବନେଶ୍ବରର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ପ୍ରଶାସନ ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ଏହି ପରିଦର୍ଶନ ସମୟରେ ପୁଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ ସଚିବ ଭି ଭି ଯାଦବ, ବିଏମ୍‌ସି କମିଶନର କୁଳାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ।  ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଏସ ପ୍ରିୟଦର୍ଶୀ, ପୂର୍ତ ସଚିବ ଭି ଭି ଯାଦବ,ବିଏମସି କମିଶନର କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।  ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ଶ୍ରୀ ଏସ ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଶ୍ରୀ ଭିଭି ଯାଦବ, BMC କମିଶନର ଶ୍ରୀ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.