Jai Odisha
News

ରାଜଧାନୀରେ ପୁଣି କୃଷକ ଆନ୍ଦୋଳନ:ନବୀନ ନିବାସ ଆଗରେ କୃଷକ-ପୋଲିସ୍‌ ଠେଲାପେଲା

ଭୁବନେଶ୍ବର,୯ା୧: ଆଜି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି। ଆନ୍ଦୋଳନକାରୀମାନେ ନବୀନ ନିବାସ ଆଗରେ ଆନ୍ଦୋଳନ ଉଦ୍ୟମ କରିବା ସହ ଧାନ ଢାଳିବାକୁ ଉଦ୍ୟମ କରିଥିଲେ।  ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା ପୁଲିସ। ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲେ। ଆନ୍ଦୋଳନକାରୀମାନେ ନବୀନ ନିବାସ ଯିବା ବାଟରେ ପୋଲିସ୍‌ ସେମାନଙ୍କୁ ଅଟକାଇବାରୁ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ କୃଷକ ଓ ପୋଲିସ୍ ମଧ୍ୟରେ ଠେଲାପେଲା ହୋଇଥିଲା |ହି ସମୟରେ ହାତରେ ପ୍ଲାକାର୍ଡ ଧରି ଚାଷୀମାନେ ନବୀନ ନିବାସ ଆଡ଼କୁ ଯାଉଥିଲେ। ଏହି ଆନ୍ଦୋଳନରେ ବହୁ ମହିଳା ବି ସାମିଲ ହୋଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଧାନର ସହାୟକ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ। ଦଲାଲମାନେ ମାଲାମାଲ ହେଉଛନ୍ତି, ଆଉ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏନେଇ ବାରମ୍ବାର ପ୍ରତିବାଦ କରାଯିବା ପରେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।

Leave A Reply

Your email address will not be published.