Jai Odisha
News

ରାଜଧାନୀରେ ମହିଳା ପୁଲିସ ଏସଆଇଙ୍କୁ ଆକ୍ରମଣ : ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୫।୧ : ଭୁବନେଶ୍ୱରରେ ମହିଳା ପୋଲିସ SIଙ୍କୁ ଖଣ୍ଡା ଧରି ଗୋଡ଼ାଇବା ଘଟଣା । ରାଜଧାନୀରେ ମହିଳା ପୁଲିସ ଏସଆଇ ଶୁଭଶ୍ରୀ ନାୟକଙ୍କୁ ଆକ୍ରମଣ ଉଦ୍ୟମ ଘଟଣାରେ କମିସନରେଟ୍ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି କୁନା ଚନ୍ଦ୍ର ସାହୁ (୨୩), ପ୍ରଦୀପ ବେହେରା(୩୫) ଓ ଅରବିନ୍ଦ ମହାକୁଡ଼(୨୮)। ଏଥିସହ ଘଟଣାରେ ବ୍ୟବହୃତ ଇନୋଭା କାର୍ ମଧ୍ୟ ଜବତ ହୋଇଛି। ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସମସ୍ତ ୩ ଅଭିଯୁକ୍ତ ଡ୍ରାଇଭର ଭାବେ କାମ କରୁଥିବା ଜଣାପଡିଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା ଇନୋଭା କାରକୁ ମଧ୍ୟ ଜବତ କରିଛି ପୋଲିସ । ୩ ଦିନ ତଳେ  ଭୁବନେଶ୍ୱର ଆଚାର୍ଯ୍ୟବିହାର ସାଇନସ ପାର୍କ ଓ ରିଜର୍ଭ ଅଫିସ ଗଳି ରାସ୍ତାରେ ମହିଳା ପୋଲିସ SIଙ୍କୁ ପିଛା କରିଥିଲେ ଏହି ସମସ୍ତ ଅଭିଯୁକ୍ତ । ରାତିରେ ଡ୍ୟୁଟି ସାରି ଏକ ଗାଡ଼ିରେ ମହିଳା ପୋଲିସ ଅଧିକାରୀ ଫେରୁଥିବାବେଳେ କିଛି ଅସାମାଜିକ ଯୁବକ ଆକ୍ରମଣ ଉଦ୍ୟମ କରିଥିଲେ ।  ଏହି ସମୟରେ ଦୁର୍ବୃତ୍ତମାନେ ଇନୋଭାରୁ ବାହାରି ହାତରେ ଖଣ୍ଡା ଧରି ତାଙ୍କ ଆଡ଼କୁ ଆସିଥିଲେ। କାର୍ରେ ବସିବେ କ’ଣ ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ଦେଖି ଭୟରେ ସେ ରିଜର୍ଭ ପୁଲିସ ଗ୍ରାଉଣ୍ଡ ଆଡ଼କୁ କାର୍ ନେଇଯାଇଥିଲେ। ଦୁର୍ବୃତ୍ତ ଏତିକିରେ ଅଟକି ନଥିଲେ। ତାଙ୍କୁ ପିଛା କରି ସାଇନ୍ସ ପାର୍କ ଗଳି ଆଡ଼କୁ ଯାଇଥିଲେ। ଆଉ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏନେଇ ଶୁଭଶ୍ରୀ ସହିଦନଗର ଥାନାରେ ଅଭିଯୋଗ ପରେ ପୁଲିସ କେସ୍ ନଂ- ୩/୨୦୨୩ ଆଇପିସି ଧାରା ୩୪୧, ୨୯୪, ୫୦୬, ୩୪ରେ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଖପାଖ ସିସିଟିଭି ଫୁଟେଜ୍ ଯାଞ୍ଚ କରି କେତେକଙ୍କୁ ଚିହ୍ନଟ କରିଥିଲା। ତେବେ ବୁଧବାର ସନ୍ଧ୍ୟାରେ ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨ଜଣଙ୍କୁ କାବୁ କରିବା ସହ କାର୍ ଜବତ କରିଥିଲା।

Leave A Reply

Your email address will not be published.