Jai Odisha
News

ରାଜଧାନୀରେ ୫G ସେବାର ଶୁଭାରମ୍ଭ କଲେ ଅଶ୍ବିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,,୫।୧ :   ଆଜି ରାଜଧାନୀରେ ୫G   ସେବାର ଶୁଭାରମ୍ଭ କରିଛନ୍ତି  ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ରାଜ୍ୟରେ ପ୍ରାୟ ୫୧୦ଟି ଟାୱାର ଲାଗିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଟାୱାରରେ ୫G ସେବାର ଶୁଭାରମ୍ଭ କରାଯାଇଛି  । ୫ ଜି ସେବା ପାଇଁ ୨ ଟେଲିକମ ଅପରେଟର ଏୟାରଟେଲ ଓ ଜିଓକୁ ମିଳିଛି ଅନୁମତି । ପ୍ରଥମେ ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ସେବା ପାଇବେ ଉପଭୋକ୍ତା । ପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧ ରେ ଦିଲ୍ଲୀ, ଚଣ୍ଡୀଗଡ଼, ଗୁରୁଗ୍ରାମ, ଲକ୍ଷ୍ନୌ, ଅହମ୍ମଦାବାଦ, ଜାମନଗର, ଗାନ୍ଧିନଗର, କୋଲକାତା, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ବେଙ୍ଗାଳୁରୁରେ ଏହି ସେବାର ଶୁଭାରମ୍ଭ ହୋଇଥିଲା । ତେବେ ୫G ଆସିବା ଦ୍ବାରା କଣ ସବୁ ପରିବର୍ତ୍ତନ ଆସିବ ଆସନ୍ତୁ ନଜର ପକାଇବା ।   ୫G ଏକ ୱାୟରଲେସ୍ ବ୍ରଡବ୍ୟାଣ୍ଡ ସେବା । ଏହା ପ୍ରଚଳିତ ହେବା ପରେ ୟୁଜର ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।

 

 

Leave A Reply

Your email address will not be published.