Jai Odisha
News

ରାଜଧାନୀର ରାଜରାସ୍ତାରେ ଶିକ୍ଷକ ସଂଘର ଗର୍ଜନ,୨୯ରେ ଶିକ୍ଷକ ସଂଘ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ୱର,୨୭।୧୨:ରାଜଧାନୀର ରାଜରାସ୍ତାରେ ଶିକ୍ଷକ ସଂଘର ଗର୍ଜନ। ୮ ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡର ମହାସଂଘର  ରାଜଧାନୀ ରେ ବିଶାଳ ରାଲି। ମାଷ୍ଟରକ୍ୟାଣ୍ଟିନ ଛକଠାରୁ ଲୋୟର ପିଏମଜି ପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ବିଶାଳ ରାଲିରେ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମୟରେ ପୋଲିସ ସହ ଶିକ୍ଷକମାନଙ୍କ ଧସ୍ତାଧସ୍ତି ଦେଖିବାକୁ ମିଳିଛି। ଆନ୍ଦୋଳନର ନେତୃତ୍ୱ ନେଇଥିଲେ ରାଜ୍ୟ ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ। ଶିକ୍ଷକଶିକ୍ଷୟିତ୍ରୀଙ୍କ ଡେପୁଟେସନ ବାତିଲ କରି ଏକ୍ସ-କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ ମାର୍ଚ୍ଚ ୧ରୁ କ୍ୟାଡରଭୁକ୍ତ କରିବାକୁ ମହାସଂଘ ଦାବି କରିଛି। ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ ଆଦି ଦାବି କରାଯାଇଛି। ଆସନ୍ତା ୨୯ରେ ଶିକ୍ଷକ ସଂଘ ସହ ଆଲୋଚନା  କରିବେ ସରକାର ଏଥି ପାଇଁ ସରକାରଙ୍କ ତରଫରୁ ଶିକ୍ଷକ ସଂଘକୁ ଡାକରା ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏନେଇ ସଚିବାଳୟରେ ଆଲୋଚନା କରାଯିବ । ଏହି ଆଲୋଚନାରେ ସଂଘର ସର୍ବାଧିକ ୩ଜଣ ପ୍ରତିନିଧି ଯୋଗଦେବାକୁ କୁହାଯାଇଛି । ବିଭିନ୍ନ ଦାବି ନେଇ ଗତ ୪ ଦିନ କାଳ ଭୁବନେଶ୍ୱରର ରାଜରାସ୍ତାରେ ଅହରାତ୍ର ଧାରଣା ଦେଇଥିଲେ ହଜାର ହଜାର ଶିକ୍ଷକ । ଶିକ୍ଷକଙ୍କ ଗର୍ଜନରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ କମ୍ପିଥିବା ଦେଖିବାକୁ ମିଳିଥିଲା । ନଭେମ୍ବର ୨୭ ତାରଖରେ ରାଜଧାନୀର ରାଜରାସ୍ତାରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ । ଭୁବନେଶ୍ୱରର ଲୋୟର ପିଏମଜି ଛକରେ ହଜାର ହଜାର ପ୍ରାଥମିକ ଶିକ୍ଷକ ଏକତ୍ରିତ ହୋଇଥିଲେ । ୫ଦଫା ଦାବି ସହ ୬ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରିରେ ଗଣନା କରିବାକୁ ଦାବି ରଖିଥିଲା ପ୍ରାଥମିକ ଶିକ୍ଷକ ସଂଘ । ତାହା ସହ ବେତନ ବୃଦ୍ଧି, ପଦୋନ୍ନତି ସୁଯୋଗ, ପ୍ରାଥମିକ ଶିକ୍ଷକଙ୍କୁ ୨୮ଶହ ଟଙ୍କା ଗ୍ରେଡ ପ୍ରେ ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୂରାତନ ପେନସନ ଯୋଜନା ଅନ୍ତର୍ଭୁକ୍ତ କରିବା ଓ ଏକ୍ସ କ୍ୟାଡର ପ୍ରଥା ଉଚ୍ଛେଦ ସହ କ୍ୟାଡରରେ ଅନ୍ତର୍ଭୁକ୍ତ କରିବା ଓ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା ଆଦି ଦାବି ପ୍ରାଥମିକ ଶିକ୍ଷକ ସଂଘ ରଖିଥିଲା ।

Leave A Reply

Your email address will not be published.