Jai Odisha
News

ରାଜଧାନୀ ଅବସ୍ଥା ବେହାଲ : ବର୍ଷାରେ ଭାସିଲା

ଭୁବନେଶ୍ୱର,୩୧ା୭: ସୋମବାର ଅପରାହ୍ନରେ ପ୍ରବଳ ବର୍ଷା ହେବାରୁ ରାଜଧାନୀ ଭାସିଛି। କିଛି ଘଣ୍ଟା ଧଣି ବର୍ଷା ହେବାରୁ ଭୁବନେଶ୍ୱରର ଅବସ୍ଥା ବେହାଲ ହୋଇପଡ଼ିଛି। ଜୁଆଡ଼େ ଚାହିଁଲେ ଖାଲି ପାଣି ପାଣି। ଯେଉଁଠି ଦେଖିବେ ରାସ୍ତାରେ ପ୍ରବାହିତ ହେଉଛି ଆଣ୍ଠୁଏ ଉଚ୍ଚର ପାଣି।ଫଳରେ ରାସ୍ତାରେ ଲୋକେ ଯିବାଆସିବା ପାଇଁ ଭୟ କରୁଛନ୍ତି।   ବର୍ଷା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ। ତେବେ ମଙ୍ଗଳବାର ଓ ବୁଧବାର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଅସରାଏ ବର୍ଷାରେ ଆଜି ଭାସିଛି ସ୍ମାର୍ଟ ସିଟି ଭୁବନେଶ୍ୱର। ଯେଉଁଠି ଦେଖିବେ, ସେଠି ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି।ଜାଗମରା, ଇସ୍କନ ସମ୍ମୁଖ, ଲକ୍ଷ୍ମୀସାଗର, ରସୁଲଗଡ଼ ନୟାପଲ୍ଲୀ, ସତ୍ୟନଗର ଆଦି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ଯାହାକୁ ନେଇ ରାଜଧାନୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି ସୂଚନାନୁସାରେ, ମଙ୍ଗଳବାର ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏସବୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Leave A Reply

Your email address will not be published.