Jai Odisha
News

ରାଜନୀତିରୁ ଅବସର ନେଇ ମୁହଁ ଖୋଲିଲେ ସୋନିଆ

ନୂଆଦିଲ୍ଲୀ,୨୬।୨ : ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବାକୁ ସଙ୍କେତ ଦେବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ସୋନିଆ ଗାନ୍ଧୀ ଖଣ୍ଡନ କରିଛନ୍ତି। କଂଗ୍ରେସ ମୁଖପାତ୍ର ଅଳକା ଲାମ୍ବା ସୋନିଆ ଗାନ୍ଧୀଙ୍କ ପକ୍ଷରୁ କହିଛନ୍ତି ଯେ ସେ କେବେ ଅବସର ନେଇ ନାହାଁନ୍ତି କି ଅବସର ନେବେ ନାହିଁ। ଅଳକା କହିଛନ୍ତି ଯେ ଯେତେବେଳେ ମୁଁ ତାଙ୍କୁ ଏହି ଖବର ବିଷୟରେ କହିଲି, ସେ ହସି କହିଲେ ଯେ ମୁଁ କେବେ ଅବସର ନେଇ ନାହିଁ କିମ୍ବା ମୁଁ ଅବସର ନେବାକୁ ଯାଉନାହିଁ |୮୫ତମ କଂଗ୍ରେସ ସମ୍ମିଳନୀର ଶେଷ ହେବା ପରେ ଅଳକା କହିଛନ୍ତି ଯେ, ଗଣମାଧ୍ୟମ ସୋନିଆ ମ୍ୟାଡାମଙ୍କ ଭାଷଣକୁ ଭୁଲ ବ୍ୟାଖ୍ୟା କରିବା ବନ୍ଦ କରିବା ଉଚିତ। ଯେତେବେଳେ ମୁଁ ତାଙ୍କୁ ଏହି ଖବର ବିଷୟରେ କହିଲି, ସେ ହସି ହସି କହିଲେ ମୁଁ କେବେ ଅବସର ନେଇ ନାହିଁ କିମ୍ବା ମୁଁ ଅବସର ନେବାକୁ ଯାଉନାହିଁ। ତେଣୁ ତାଙ୍କ ଭାଷଣରୁ ଏଭଳି ଅନର୍ଥ ନ କରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି। ୨୦୦୪ ଏବଂ ୨୦୦୯ରେ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ବରେ ଆମ ବିଜୟ ପାଇଁ ମୁଁ ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ହୋଇଥିଲି। କିନ୍ତୁ ଏବେ ମୁଁ ଏଥିପାଇଁ ବହୁତ ଖୁସି ଯେ କଂଗ୍ରେସ ପାଇଁ ନିର୍ଣ୍ଣାୟକ ହୋଇଥିବା‌ ଭାରତ ଯୋଡ଼ୋ ଯାତ୍ରା ସହିତ ମୋର ରାଜନୈତିକ କାର୍ଯ୍ୟକାଳ ଶେଷ ହୋଇପାରେ। ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଆଜି କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି

Leave A Reply

Your email address will not be published.