Jai Odisha
News

ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର,୧୬/୦୨/୨୪: ୨୦୨୪ ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ରାଜୀବ କୁମାର । ତିନିଦନିଆ ଓଡିଶା ଗସ୍ତରେ ଅଛନ୍ତି ନିର୍ବାଚନ କମିଶନର ଓ ଟିମ୍। ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ମୁଖ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି। ଓଡ଼ିଶାରେ ଆସନ୍ତା ଦିନରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ ଅନୁଷ୍ଠିତ ହେବାକୁ ଯାଉଛି।
ସେପଟେ ଇଭିଏମ୍‌, ବୁଥ୍ ସ୍ତରରେ ପ୍ରସ୍ତୁତି ଆଦିର ବି ସମୀକ୍ଷା କରିବେ ଇସିଆଇ । ଏହାସହ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବ, ଉନ୍ନୟନ କମିଶନ ଓ ସବୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ସହ ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି । ସେହିପରି ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର ଓ ତାଙ୍କ ଟିମ।

Leave A Reply

Your email address will not be published.