Jai Odisha
News

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ୬।୧୧: କାଳୀପୂଜା ଅବସରରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ଦର୍ଶନ ଦେଉଛନ୍ତି । ମା’ ୭ ଦିନରେ ୭ଟି ବେଶ ଧାରଣ କରନ୍ତି । ଶନିବାର ସପ୍ତମାତୃକା ବେଶର ତୃତୀୟ ଦିନରେ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ପୃଥିବୀକୁ ଶତୃଙ୍କୁ ସଂହାର କରିବା ପାଇଁ ଏହି ବେଶ ଧାରଣ କରିଥାନ୍ତି । ଏହି ବେଶରେ ଦର୍ଶନ କଲେ ଆୟୁ ଓ ଆରୋଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ସକାଳୁ ପହଡ ଖୋଲିବା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ମା’ଙ୍କ ଦର୍ଶନ ପାଇଁ ଭଦ୍ରକ ତଥା ଭଦ୍ରକ ବାହାରୁ ଭକ୍ତମାନେ ଏଠାକୁ ଛୁଟି ଆସନ୍ତି । ମା’ଙ୍କ କରୁଣା ଭିକ୍ଷା କରନ୍ତି । କରୋନା କଟକଣା ପାଇଁ ଏଥର ଦର୍ଶନ କରି ପାରୁନାହାନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.