Jai Odisha
News

ରାଜସ୍ଥାନ ରାଜନୀତି :ସଚିନ ପାଇଲଟ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪/୦୯ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ   ରାଜନୀତି ମାହୋଲ ମଧ୍ୟ ବେଶ ସରଗରମ ରହିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଲଢ଼ିବେ। ସେଥିପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସ୍ଥିର କରିଛନ୍ତି।  ଇତିମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବା ନେଇ ଶୁକ୍ରବାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । କେରଳର କୋଚିରେ ଗେହଲଟ କହିଛନ୍ତି, ରାହୁଲ ଗାନ୍ଧୀଙ୍କୁ ଭେଟି ଅଧ୍ୟକ୍ଷ ହେବାକୁ ଅନୁରୋଧ କରିଥିଲି । କିନ୍ତୁ ସେ ମନା କରିଦେଲେ । ରାହୁଲ କହିଲେ, ଏଥରକ ଅଣ ଗାନ୍ଧୀ ହିଁ ଅଧ୍ୟକ୍ଷ ହେବେ । ଏହା ଅନ୍ତିମ ନିଷ୍ପତ୍ତି । ଏହାପରେ ଗେହଲଟ ସେପ୍ଟେମ୍ବର ୨୮ରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ପ୍ରସ୍ତୁତି କରୁଥିବା ସୂଚନା ମିଳିଛି ।ଯଦି ଗେହଲଟ ଅଧ୍ୟକ୍ଷ ହୁଅନ୍ତି ତା’ ହେଲେ ରାଜ୍ୟରେ ଖାଲି ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଆସନ ଉପରେ ସମସ୍ତଙ୍କ ନଜର ରହିଛି । ସଚିନ୍‌ ପାଇଲଟ୍‌ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମନ୍ତ୍ରୀ ରାଜେନ୍ଦ୍ର ଗୁଢ଼ା ଆଜି ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ପାଇଲଟ ହିଁ ହେବେ । ସମସ୍ତ ବିଧାୟକ ତାଙ୍କ ସହିତ ଅଛନ୍ତି । ଗେହଲଟଙ୍କୁ ସମର୍ଥନ କରୁଥିବା ସ୍ୱାଧୀନ ବିଧାୟକ ବି ପାଇଲଟଙ୍କୁ ସମର୍ଥନ କରିବେ ।ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ପାଇଲଟ ସକ୍ରିୟ ହୋଇ ବିଧାୟକମାନଙ୍କ ସହ ଆଲୋଚନା କରିବାକୁ ନୂଆ ଦାୟିତ୍ୱ ମିଳିବାର ସଙ୍କେତ ଭାବେ ଦେଖାଯାଉଛି । ସେପ୍ଟେମ୍ବର ୨୧ରେ ପାଇଲଟ୍‌ ‘ଭାରତ ଯୋଡ଼ୋ’ ଯାତ୍ରାରେ ସାମିଲ ହୋଇ ରାହୁଲଙ୍କ ସହ ଆଲୋଚନା କରିଥିଲେ ।

 

 

Leave A Reply

Your email address will not be published.