Jai Odisha
News

ରାଜୁ ଘିବେଲା ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି :ବିଜେଡ଼ି

ପଦ୍ମପୁର,୧୨/୧୧: ବିଜେଡ଼ିରେ ମିଶିଥିବା ପଦ୍ମପୁରର ରାଜୁ ଘିବେଲାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବିଜେଡ଼ି ରାଜ୍ୟ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି । ଦଳର ରାଜ୍ୟ ସମ୍ପାଦକ ପଦ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆଜି ସୂଚନା ଦେଇଛନ୍ତି ।ତେବେ ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ଡିସେମ୍ବର ୫ ତାରିଖରେ ପଦମପୁର ଉପନିର୍ବାଚନ ପାଇଁ ଭୋଟ ପଡିବ। ନିକଟରେ ବିଜେପି ଛାଡି ରାଜୁ ଘିବେଲା ବିଜୁ ଜନତା ଦଳରେ ମିଶିବା ପରେ ବହୁ ବିଜେପି ନେତା ଓ କର୍ମୀ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି ।

Leave A Reply

Your email address will not be published.