Jai Odisha
News

ରାଜ୍ୟକୁ ସାଢେ ୫ ହଜାର କୋଟିର ଉପହାର ଦେଲେ ପ୍ରଧାନମନ୍ତ୍ରୀ

ଜୟପୁର,୧୦।୫: ଗୋଟିଏ ପଟେ ଦେଶର ୪ଟି ରାଜ୍ୟରେ ଉପ-ନିର୍ବାଚନ ଚାଲିଥିବା ବେଳେ ଅନ୍ୟ ପଟେ ଏହି ରାଜ୍ୟକୁ କୋଟି କୋଟି ଟଙ୍କାର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ରାଜସ୍ଥାନକୁ ପ୍ରାୟ ସାଢେ ୫ ହଜାର କୋଟି ଟଙ୍କାର ଭେଟି ଦେଇଛନ୍ତି । ୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସିରୋହି ଜିଲ୍ଲାର ଆବୁ ରୋଡରେ ଦଳ ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି ଯେ ଏହି ବିକାଶମୂଳକ କାର୍ୟ୍ୟ ପାଇଁ ମୁଁ ରାଜସ୍ଥାନର ସମସ୍ତ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଉଛି। ରାଜସ୍ଥାନ ଯେତେ ବିକାଶ କରିବ, ଦେଶର ବିକାଶ ସେତିକି ଗତି କରିବ। ରାଜସ୍ଥାନର ଆଧୁନିକ ଭିତ୍ତିଭୂମି ଉପରେ କେନ୍ଦ୍ର ସରକାର ବହୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ ଲଞ୍ଚ କରିବା ପରେ ସେ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମେଗା ପ୍ରକଳ୍ପ ଲଞ୍ଚ କରିଥିବାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଆଜି ମୁଁ ୫,୫୦୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦାଘାଟନ ଓ ଭିତ୍ତିଭୂମିର ଶିଳାନ୍ୟାଶ କରିଛି। ଏହି ସବୁ ବିକାଶମୂଳକ ପ୍ରକଳ୍ପ ପାଇଁ ରାଜସ୍ଥାନବାସୀଙ୍କୁ ଶୁଭେଚ୍ଛା ଜଣାଉଛି। ଆମ ସରକାର ରାଜସ୍ଥାନକୁ ଅତ୍ୟାଧୁନିକ ଭିତ୍ତିଭୂମି ଯୋଗାଇ ଦେବାକୁ ଫୋକସ କରୁଛି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ମୁଁ ଭଗବାନ ଶ୍ରୀନଥ ଏବଂ ମେୱାରର ଏହି ବୀର ଭୂମିରେ ପାଦ ରଖିଥିବାରୁ ଅତ୍ୟନ୍ତ ଖୁସୀ ଅନୁଭବ କରୁଛି । ଏଠାକୁ ଆସିବା ପୂର୍ବରୁ ମୋର ପ୍ରଭୁ ଶ୍ରୀନାଥଙ୍କ ଦର୍ଶନ ହୋଇଥିବାରୁ ମୁଁ ଅତ୍ୟନ୍ତ ସୌଭାଗ୍ୟ ମନେ କରୁଛି । ରାଜ୍ୟର ବିକାଶ ମାଧ୍ୟମରେ ଦେଶର ବିକାଶ ମନ୍ତ୍ର ଉପରେ ଭାରତ ସରକାର ବିଶ୍ୱାସ କରନ୍ତି। ରାଜସ୍ଥାନ ହେଉଛି ଦେଶର ସବୁଠାରୁ ବଡ ରାଜ୍ୟ । ରାଜସ୍ଥାନ ଯେତେ ବିକାଶ କରିବ, ଭାରତର ବିକାଶ ମଧ୍ୟ ସମାନ ଗତି ହେବ। ରାଜସମନ୍ଦ ଏବଂ ଉଦୟପୁରରେ ଦୁଇ ଲାଇନ ବିଶିଷ୍ଟ ସଡକ ନିର୍ମାଣ ଏବଂ ଉଦୟପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନା କରିଛନ୍ତି ।

 

Leave A Reply

Your email address will not be published.