Jai Odisha
News

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ମହିଳା କ୍ରିକେଟ ଫାଇନାଲରେ ଭାରତ

ବର୍ମିହାମ,୬/୮ :  ବର୍ମିହାମଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ସୃଷ୍ଟି କରିବାକୁ ଯାଉଛି । କମନୱେଲଥ ଗେମ୍ସରେ ଫାଇନାଲରେ  ଭାରତୀୟ ମହିଳା କ୍ରିକେଟ ଟିମ । ସେମିଫାଇନାଲରେ ଇଂଲଣ୍ଡ ଉପରେ ରୋମାଞ୍ଚକର ବିଜୟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ମେଡାଲ ଆଶାକୁ ଆହୁରି ଦୃଢୀଭୂତ କରିଛି । ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଶେଷରେ ମାତ୍ର ୪ ରନରେ ଏକ ଦମଦାର ବିଜୟ ପାଇଛି ଟିମ ଇଣ୍ଡିଆ । ଏଥି ସହିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲ ପାଇଁ ସିଧା ଟିକେଟ ପାଇଛି ଭାରତ । ଆଜି ଅନୁଷ୍ଠିତ ସେମିଫାନାଲ ମ୍ୟାଚରେ ଭାରତ ଆୟୋଜକ ଇଂଲଣ୍ଡକୁ ୪ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଏହା ସହିତ ଭାରତ ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛି । ଭାରତ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ପାଇଁ ପଦକ ହାସଲ କରିବାକୁ ଯାଉଛି ।

Leave A Reply

Your email address will not be published.