Jai Odisha
News

ରାଜ୍ୟଗୋଷ୍ଠୀ କ୍ରୀଡା: ସ୍ବର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ ୦୮/ ୦୯: ବର୍ମିହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଛନ୍ତି ପି.ଭି.ସିନ୍ଧୁ । ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ଏକତରଫା ବିଜୟ ହାସଲ କରିଛନ୍ତି ସିନ୍ଧୁ । ଟୋକିଓରେ ଅନୁଷ୍ଠିତ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗର୍ବ ଆଣିଥିବା ସିନ୍ଧୁ ଏବେ ବର୍ମିଂହାମରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି । କମନଓ୍ବେଲଥ୍‌ ଗେମ୍ସରେ ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ ।ବିଶ୍ବର ନଂ୭ ମାନ୍ୟତାପ୍ରାପ୍ତ ସିନ୍ଧୁ ସିଙ୍ଗଲ୍ସ ଫାଇନାଲରେ କାନାଡାର ମିସେଲ ଲିଙ୍କୁ ୨୧-୧୫, ୨୧-୧୩ରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହା ସିନ୍ଧୁଙ୍କର ୩ୟ ସିଙ୍ଗଲ୍ସ ପଦକ ତଥା ପ୍ରଥମ ସ୍ବର୍ଣ୍ଣ ପଦକ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଐତିହାସିକ ବିଜୟ ହାସଲ କରିଛନ୍ତି ସିନ୍ଧୁ । ପୂର୍ବରୁ କମନଓ୍ବେଲଥ୍‌ ଗେମ୍ସରେ ମଧ୍ୟ ଭାରତ ପାଇଁ ଗର୍ବ ଆଣିଥିଲେ ସିନ୍ଧୁ । ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ପରେ ୨୦୧୮ରେ ଗୋଲ୍ଡ କୋଷ୍ଟରେ ଖେଳାଯାଇଥିବା ମୁକାବିଲାରେ ରୌପ୍ୟ ପଦକ ଜିତିଥିଲେ ପିଭି । ଫାଇନାଲରେ ସେ ଭାରତର ସାଇନା ନେହଓ୍ବାଲଙ୍କ ଠାରୁ ପରାସ୍ତ ହୋଇଥିଲେ । କମନଓ୍ବେଲଥ୍‌ ଗେମ୍ସ ୨୦୨୨ରେ ଆଶା କରାଯାଉଥିଲା ଫାଇନାଲ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ । କିନ୍ତୁ ସିନ୍ଧୁ ଏକପାଖିଆ ଭାବେ ପ୍ରତିଯୋଗିତା ଜିତିନେଇଛନ୍ତି । କାନାଡା ପ୍ରତିଯୋଗୀଙ୍କୁ ସହଜରେ ପରାସ୍ତ କରିଛନ୍ତି ଦୁଇ ଦୁଇ ଥର CWG ମେଡାଲ ଜିତିଥିଲେ ପିଭି ସିନ୍ଧୁ । ଏଥି ସହିତ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ମେଡାଲ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛି । ଭାରତ ନିକଟରେ ମୋଟ ୫୬ ପଦକ ରହିଛି । ଯେଉଁଥିରୁ ୧୯ଟି ସ୍ବର୍ଣ୍ଣ ପଦକ ଥିବାବେଳେ ୧୫ଟି ରୌପ୍ୟ ଏବଂ ୨୨ଟି ବ୍ରୋଞ୍ଜ ପଦକ ରହିଛି ।

Leave A Reply

Your email address will not be published.