Jai Odisha
News

ରାଜ୍ୟରେ ଅସହ୍ୟ ଗୁଳୁଗୁଳି, ୮ ଜିଲ୍ଲାକୁ ହିଟୱେଭ

ଭୁବନେଶ୍ୱର,୧୬ା୫ :  ରାଜ୍ୟରେ ଅସହ୍ୟ ଖରାତାତି ସହ ପ୍ରବଳ ଗୁଳୁଗୁଳି (ହିଟ୍‌ ଓ୍ବେଭ୍‌) ଅନୁଭୂତ ହୋଇଥିଲା।  ପ୍ରବଳ ଖରା ଗରମ ପାଇଁ ଆଜି ୮ ଜିଲ୍ଲାକୁ ହିଟ୍ _ୱେଭ ଜାରି ହୋଇଛି । ୧୮ ତାରିଖ ଯାଏ ଜାରି ରହିବ ହିଟ୍ ୱେଭ । ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ ସ୍ଥିତି ଜାରି ରହିବ ।  ସକାଳ ୮ଟା ସୁଦ୍ଧା ଖରାର ମାତ୍ରା ବଢ଼ି ବଢ଼ି ଚାଲିଛି। ସକାଳ ୯ଟାରୁ ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ପଶ୍ଚିମ ଓଡ଼ିଶାରେ ସ୍ଥିତି ସବୁଠୁ ବିଗିଡି ଯାଇଥିଲା।୮ ଜିଲ୍ଲାକୁ ହିଟ୍ _ୱେଭ ଜାରି ହୋଇଛି । ୮ ଜିଲ୍ଲା ହେଉଛି  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ଼ ଓ ବଲାଙ୍ଗିର । ଏସବୁ ଜିଲ୍ଲାଗୁଡ଼ିକୁ ସତର୍କତା ଜାରି କରାଯାଇଛି । ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଦ୍ୱୈତ ନଗରୀ କଟକ ଓ ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅପେକ୍ଷାକୃତ ତାପମାତ୍ରା କମ୍‌ ଥିଲେ ମଧ୍ୟ   ଅଧିକ ଗୁଳୁଗୁଳି ହୋଇଥିଲା। ଦିନ ବଢ଼ିବା ସହ ଗୁଳୁଗୁଳି ତାତିଠୁ ବଳିଯାଇଥିଲା। ଲୋକେ ରାତି ପର୍ଯ୍ୟନ୍ତ ଘର ଭିତରେ ମଧ୍ୟ ସ୍ବାଭାବିକ ଭାବେ ରହିପାରି ନ ଥିଲେ। ଗ୍ରାମାଞ୍ଚଳ ଓ କେତେକ ସହରରେ ବାରମ୍ବାର ବିଜୁଳି କାଟ ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇ ଦେଇଥିଲା। ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ର ୪୫ଂ ଡିଗ୍ରୀ ଟପିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଥିବାବେଳେ ସୋମବାର ହିଁ ଏକାଧିକ ସ୍ଥାନରେ ପାରଦ ୪୪ଂ ଡିଗ୍ରୀ ଅତିକ୍ରମ କରିଥିଲା। ୪୪.୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲା ପାଲଟିଥିବାବେଳେ ଟିଟିଲାଗଡ଼ର ତାପମାତ୍ରା ୪୪ ଡିଗ୍ରୀ ରହିଥିଲା। ଏହା ପଛକୁ ଝାରସୁଗୁଡା ୪୩.୬ ଡିଗ୍ରୀ, ଭବାନୀପାଟଣା ୪୩.୫ ଡିଗ୍ରୀ, ସମ୍ବଲପୁର, ସୋନପୁର ଓ ମାଲକାନଗିରି ୪୨.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହାକୁ ମିଶାଇ ମୋଟ ୧୧ଟି ଷ୍ଟେଶନରେ ତାପମାତ୍ରା ୪୨ ଡିଗ୍ରୀ ବା ତାହାଠାରୁ ଅଧିକ ରହିଥିଲା। ତେବେ ଭୁବନେଶ୍ୱରରେ ତାପମାତ୍ରା ୩୮.୪ ଡିଗ୍ରୀ ଓ କଟକରେ ୩୭.୬ ଡିଗ୍ରୀ ରେକର୍ଡ କରାଯାଇଥିଲା।୮ ଜିଲାପାଳଙ୍କୁ ସତର୍କ କଲେ ଏସ୍‌ଆର୍‌ସି
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଖରା ଓ ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନୁଗୋଳ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼ରେ ଆଗାମୀ ୪ଦିନ ହିଟ୍‌ ଓ୍ବେଭ୍‌ ଜାରି ରହିବ। ଏଣୁ ସଂପୃକ୍ତ ଜିଲାର ଜିଲାପାଳଙ୍କୁ ଏସ୍‌ଆର୍‌ସି ସଜାଗ ରହିବା ପାଇ ନିର୍ଦ୍ଦେଶ ଦେଇଛନ୍ତି। ଜରୁରିକାଳୀନ ପରିସ୍ଥିତିର ସଫଳ ମୁକାବିଲା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ବିଭାଗ, ଜଳସମ୍ପଦ ବିଭାଗ ଓ ଓସ୍‌ଡମାକୁ ମଧ୍ୟ ଅବଗତ କରାଯାଇଛି।

Leave A Reply

Your email address will not be published.