Jai Odisha
News

ରାଜ୍ୟରେ କମିଲା ବସ୍ ଭଡ଼ା

ଭୁବନେଶ୍ୱର,   : ରାଜ୍ୟରେ କମିଲା ବସ୍ ଭଡ଼ା ।  କିଲୋମିଟର ପିଛା ସାଧାରଣ ବସ୍ ଭଡ଼ା ୩ ପଇସା ହ୍ରାସ ପାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ବସ୍ ଭଡ଼ା ୯୨ରୁ ୮୯ ପଇସାକୁ ହ୍ରାସ ପାଇଛି । ସେହିପରି ଏକ୍ସପ୍ରେସ ୯୬ରୁ ୯୩ ପଇସା, ଡିଲକ୍ସ ୧.୩୫ରୁ ୧.୨୯ କୁ ହ୍ରାସ ପାଇଛି ।  ଏହା ସହ କିଲୋମିଟର ପିଛା ଏସି ବସ୍ ଭଡ଼ା ୬ ପଇସା କମିଛି । ଏସି ଡିଲକ୍ସ ଭଡ଼ା ୧.୬୩ରୁ ୧.୫୭ ପଇସାକୁ ହ୍ରାସ ପାଇଛି । ସୁପର ପ୍ରିମିୟମ ଭଡ଼ା ୨ ଟଙ୍କା ୫୩ରୁ ୨ ଟଙ୍କା ୪୪ ପଇସାକୁ ହ୍ରାସ ପାଇଛି । ବସ୍ ଭଡ଼ା ହାସ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.