Jai Odisha
News

ରାଜ୍ୟରେ ପ୍ରତିଭା ଖୋଜିବ ପିପୁଲ୍ସ ଫୋରମ

ପ୍ରତିଭା ଅନ୍ୱେଷଣରେ ପିପୁଲ୍ସ ଫୋରମ

ଭୁବନେଶ୍ୱର : ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳର ମହିଳା ପ୍ରତିଭା ମାନଙ୍କୁ ଅନ୍ୱେଷଣ କରିବ ପିପୁଲ୍ସ ଫୋରମ୍ ଅନୁଷ୍ଠାନ । ଏବର୍ଷର ଥିମ୍ ରହିଛି – ଦେଶ କି ବେଟିୟା, ପେହେଚାନ ହମରି । ବିଶ୍ଵ ମହିଳା ଦିବସରେ ଏହି ମହିଳା ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯିବ । ଏହିବର୍ଷ ମାର୍ଚ୍ଚ ୮ ତାରିଖ ବଦଳରେ ମାର୍ଚ୍ଚ ୧୦ ତାରିଖରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ବିଭିନ୍ନ ବିଭାଗ ଯଥା ଖେଳ ସହ ଚିତ୍ର , ନୃତ୍ୟ, ସଙ୍ଗୀତ ତଥା କୃଷି , ଉଦ୍ୟୋଗ , ଲେଖନୀ , ସୋସିଆଲ ମିଡ଼ିଆ ଇଁଫ୍ଲୁଏସର୍ ଇତ୍ୟାଦି ବିଭାଗରେ ମହିଳା ମାନେ ଭାଗ ନେଇ ନିଜର ପାରଦର୍ଶିତା ଦେଖିପାରିବେ । ପ୍ରଥମ ପୁରସ୍କାର ଭାବେ ୧୫ ହଜାର ଟଙ୍କା ମିଳିବ । ସେହିଭଳି ଦିତୀୟଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ରାଶି ଓ ତୃତୀୟ ଙ୍କୁ ୫ ହଜାର ଟଙ୍କା ଅର୍ଥରାଶି ମିଳିବ । ଏଥିରେ ଦୁଇଟି ବୟସ ଗୋଷ୍ଟି ରହିଛି । ଜୁନିୟର ଗୋଷ୍ଟି ୧୦ ରୁ ୧୭ ବର୍ଷ ଓ ସିନିୟର୍ ଗୋଷ୍ଠୀ ୧୮ ରୁ ୩୫ ବର୍ଷ ପର୍ଯ୍ୟନ୍ତ ରହିଛି । ନିଜର କାର୍ଯ୍ୟକୁ ନେଇ ଏକ ଡକୁମେଣ୍ଟ ପ୍ରସ୍ତୁତ କରି ତାହାକୁ ପିପୁଲ୍ସ ଫୋରମ୍ ଅନୁଷ୍ଠାନ ସାଇଟ୍ ରେ ପକାଇବାକୁ ହେବ । ବିଭିନ୍ନ ବିଭାଗରେ ଚୟନିତ ହୋଇଥିବା ମହିଳାଙ୍କୁ ବିଶ୍ଵ ମହିଳା ଦିବସ ଅବସରରେ ମାର୍ଚ୍ଚ ୧୦ ତାରିଖରେ ସମ୍ମାନିତ କରାଯିବ ବୋଲି କହିଛନ୍ତି ଅନୁଷ୍ଠାନର ଏମଡି ଗୋବିନ୍ଦ ପଟ୍ଟନାୟକ ।

Leave A Reply

Your email address will not be published.