Jai Odisha
News

ରାଜ୍ୟରେ ଫେବୃଆରୀ ୩ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦/୦୧  : ରାଜ୍ୟକୁ ପୁଣି ଆସୁଛି ପଶ୍ଚିମା ଝଡ । ଯାହାର ପ୍ରଭାବରେ ରାଜ୍ୟରେ ପୁଣି ଆରମ୍ଭ ହେବାକୁ ଲଗାଣ ବର୍ଷା । ଆଜି ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।ପାଣିପାଗ କେନ୍ଦ୍ରର ସୂଚନା ଅନୂଯାଇ ଆସନ୍ତା ଫେବୃଆରୀ ୩ରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପୂର୍ବରୁ ଶୀତ ଆରମ୍ଭରୁ ଥର କୁ ଥର ଏହି ଭଳି ବର୍ଷା ଲାଗିରହିଥିବାରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ ମାନେ ଆଉ ଏବେ ପୁଣି ଚାଷୀଙ୍କ ଚିନ୍ତା ବଢାଇଛି ପଶ୍ଚିମା ଝଡ ।ଆହୁରି ୨ ଦିନ ଶୀତ ଲହରୀ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ଶୀତ ପାଇଁ ୧୪ ଟି ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ, ଅନୁଗୁଳ, କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ଅଧିକ ଶୀତ ଅନୁଭୂତ ହେବା ନେଇ ଜାରି ହୋଇଛି ସତର୍କ ସୂଚନା ।

Leave A Reply

Your email address will not be published.