Jai Odisha
News

ରାଜ୍ୟରେ ବନ୍ୟା: କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ନଦୀରେ ଜଳସ୍ତର ବୃଦ୍ଧି

କେନ୍ଦ୍ରାପଡା, ୧୭/୦୮ : ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି ।  ବନ୍ୟା ହେବା ଫଳରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ପ୍ରଭାବିତ ହୋଇଛି । ପରିସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବାକୁ କୁହାଯାଇଛି । ବନ୍ୟା ପାଣି ଘେରରେ ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ପ୍ରଚେଷ୍ଠା ଜାରି ରହିଛି ।  ସ୍କୁଲ, କଲେଜ ତଥା କଲ୍ୟାଣ ମଣ୍ଡପରେ ସେମାନଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ସହ ମେଡିସିନ, ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ମହାନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, ପାଇକା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ତଳିଆ ଅଞ୍ଚଳରେ ବନ୍ୟାପାଣି ପ୍ରବେଶ କରିଛି। ଡେରାବିଶ, ଗରଦପୁର, ମାର୍ଶାଘାଇ ମହାକାଳପଡ଼ା ବ୍ଲକ୍ ର ତଳିଆ ଅଞ୍ଚଳ ବିଶେଷ ଭାବେ ପ୍ରଭାବିତ ହୋଇଛି lମାର୍ଶାଘାଇ ବ୍ଲକର ଅୟତିପୁର ପଞ୍ଚାୟତର ଢି଼ଅ ବଳରାମପୁର ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଗାଁ ରାସ୍ତାରେ ୫ ଫୁଟରୁ ଅଧିକ ପାଣି ଚାଲୁଛି। ଗାଁରେ ପାଣି ପଶିବା ଫଳରେ ଲୋକମାନେ ଛାତ ଉପର ଓ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି । ଅୟତିପୁର ପଂଚାୟତର କରାଣ୍ଡିଆ ନଦୀ ଘେରିରେ ତିନୋଟି ଘାଇ ସୃଷ୍ଟି ହେବା ଯୋଗୁଁ ପରିସ୍ଥିତି ଜଟିଳ ହୋଇ ପଡିଛି। ପଖଟ, କଣିବାଙ୍କ, ଜଳପୋକ, ବଟିରା ଗରଦପୁର ବ୍ଲକ୍‌ର ହୁରା ସାହି, ଶିଶୁଆ, ସଠିଲୋ, ସଲାର ଜଳପୋକ ଗାଁ ପାଣି ଘେରରେ ରହିଛି। ବିଭିନ୍ନ ସ୍ଥାନରେ ନଦୀ ବନ୍ଧରେ ଘଳିଆ ପଡ଼ିବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି l

Leave A Reply

Your email address will not be published.