Jai Odisha
News

ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର,୨୪।୪: ରାଜ୍ୟରେ ୪ଦିନ କାଳବୈଶାଖୀ ପ୍ରଭାବରେ  ଅଧିକାଂଶ ସ୍ଥାନରେ ବର୍ଷା ପବନ ହୋଇଥିବାରୁ ଖରା ତାତିରୁ ରକ୍ଷା ମିଳିଛି ।  ତେବେ ଆଜି ପାଣିପାଗ ବିଭାଗରୁ ସୂଚନା ମିଳିଛି ଯେ, କାଳ ବୈଶାଖୀ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି, ଝଡ଼ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।  ସୂଚନା ଅନୁଯାୟୀ, ସେହି ୯ ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବଲେଶ୍ୱର, ମୟୂରଭଞ୍ଜ  ,କେନ୍ଦୁଝର , କଟକ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା,ଢେଙ୍କାନାଳ। ସେଠାରେ ବିଜୁଳି ଘଡଘଡି ସହ ଝଡ ପବନ ଏବଂ କୂଆପଥର ବର୍ଷାର ସମ୍ଭାବନା ରହିଛି । ଏନେଇ ଏହି  ୯ ଟି ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛନ୍ତି । ଘଡଘଡି ସମୟରେ ବାହାରକୁ ବାହାରିବା ପାଇଁ ମନା କରାଯାଇଛି ।

 

Leave A Reply

Your email address will not be published.