Jai Odisha
News

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୨୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୦୩।୦୮ : ରାଜ୍ୟରେ  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୩୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬୬ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୫୬୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧ଜଣ,ବାଲେଶ୍ୱରରୁ ୧୭ ଜଣ,ବରଗଡ ଜିଲ୍ଳାରୁ ୫୪ ଜଣ,ଭଦ୍ରକ ଜିଲ୍ଲାରୁ୪ ଜଣ,ବଲାଙ୍ଗୀର ରୁ ୩୭ ଜଣ,ବୌଦ୍ଧରୁ ୧୨ଜଣ,କଟକରୁ ୩୬ଜଣ,ଦେଓଗଡରୁ ୭ଜଣ, ଢ଼େଙ୍କାନାଳରୁ୧ଜଣ,ଗଜପତିରୁ ୬ଟି,ଗଞ୍ଜାମରୁ୧୨ ଜଣ, ଜଗତସିଂପୁରର ୮ ଜଣ, ଯାଜପୁରରୁ ୧୩ଜଣ, ଝାଡସୁଗୁଡାରୁ ୯ଜଣ,କଳାହାଣ୍ଡିରୁ ୧୭ ଜଣ,କନ୍ଧମାଳରୁ ୨୦ଜଣ, କେନ୍ଦ୍ରାପଡାରୁ ୯ଜଣ,ଖୋର୍ଦ୍ଧାରୁ ୧୩୩ ଜଣ,କୋରାପୁଟରୁ ୨୯ଜଣ,ମୟୁରଭଞ୍ଜରୁ୪୮ଜଣ,ନବରଙ୍ଗପୁରର୧୨ ଜଣ,ନୟାଗଡରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.