Jai Odisha
News

ରାଜ୍ୟରେ ୫ଦିନ ପରେ ବଢ଼ିବ ତାପମାତ୍ରା ,ଆଗକୁ ସ୍ଥିତି ଅସମ୍ଭାଳ

ଭୁବନେଶ୍ୱର, ୨୭ା୨ :ରାଜ୍ୟରେ  ବଢ଼ିବ ତାତି। କିଛି ସ୍ଥାନରେ ପାରଦ ୩୮ ଡିଗ୍ରୀ ପାର୍‌ କଲାଣି। ଆଗାମୀ ୪ରୁ ୫ଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ। ତେବେ ୫ ଦିନ ପରେ ରାଜ୍ୟରେ ତାପମାତ୍ରା ଆହୁରି ବଢ଼ିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ସକାଳେ ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିଲା। ବିଶେଷକରି କଟକ, ପୁରୀ, ଜଗତ୍‌ସିଂହପୁର, ଖୋର୍ଦ୍ଧା ଓ ଗଞ୍ଜାମର କିଛି ସ୍ଥାନରେ ଘନ କୁହୁଡ଼ି ହୋଇଥିଲା। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକ ତାପମାତ୍ରାଠାରୁ ୨ରୁ ୪ ଡିଗ୍ରୀ ଅଧିକ ରହୁଛି।  ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରି ହୋଇପାରେ ଆସନ୍ତା ୫ ଦିନ ଯାଏ ଓଡ଼ିଶାରେ ଶୁଖିଲା ରହିବ ପାଗ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। କ୍ରମଶଃ ଏହା ବୃଦ୍ଧି ପାଇ ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରି ମଧ୍ୟରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଯଦି ମାର୍ଚ୍ଚ ମାସ ଆରମ୍ଭ ନ ହେଉଣୁ ଏଭଳି ପରିସ୍ଥିତି ଉପୁଜେ ତେବେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପଡିବ।

Leave A Reply

Your email address will not be published.