Jai Odisha
News

ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

ଭୁବନେଶ୍ୱର ,୨୦।୪:ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ  | ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାରଙ୍କ ତରଫରୁ ନିୟମ ପ୍ରଣୟନ କରାଯାଇଥିଲା ।  ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ନେଇ ବାରମ୍ବାର ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ହେଁ ତାହାକୁ କେହି କାର୍ଯ୍ୟକାରୀ କରୁନଥିବା ଦେଖାଯାଉଛି । ଏଣିକି ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ବିଭାଗ ପକ୍ଷରୁ ଗତ ମାସରେ କୁହାଯାଇଥିଲା । ତେବେ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ, ହୋଟେଲମାନଙ୍କରେ ଓଡ଼ିଆ ନାମଫଳକ ନ ଲଗାଇଲେ ଜରିମାନା ଲାଗୁ କରାଯିବ ବୋଲି କୋରାପୁଟ ଜିଲ୍ଲା ଜୟପୁର ଚାମ୍ପର ଅଫ୍ କମର୍ସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରଥମ ଥର ପାଇଁ ୫ ହଜାର ଓ ଦ୍ୱିତୀୟ ଥର ପାଇଁ ୧୦ ହଜାର ଜରିମାନା ଆଦାୟ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.