Jai Odisha
News

ରାଜ୍ୟ ପ୍ରବଳ ବର୍ଷା : ବର୍ଷାରେ ଫୁଲୁଛି ନଦୀ, ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ଭୁବନେଶ୍ୱର,,୧୫/୮: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି ।    ଘରଦ୍ୱାର, ରାସ୍ତାଘାଟ ସବୁଠି ଖାଲି  । ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବଂଶଧାରା ଓ ଜଳକା ଫୁଲିବାରେ ଲାଗିଛି। ସେପଟେ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ଅଘଟଣ ଘଟିଛି।ବାଲେଶ୍ୱରର ପୂର୍ବ ଓ ଉତ୍ତର-ପୂର୍ବର ୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଦିଘାର ଦକ୍ଷିଣ- ପୂର୍ବରେ ୧୦ କି.ମି. ଦୂରରେ ଏହି ଅବପାତ ରହିଛି । ଏହା ଆଗକୁ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।  ମହାନଦୀ ଉପରମୁଣ୍ଡରୁ ପ୍ରତି ସେକେଣ୍ଡରେ ୧୧ଲକ୍ଷ ଘନଫୁଟ ପାଣି ମାଡ଼ିଆସୁଛି । ସ୍ୱାଧୀନତା ଦିବସ ଦିନ ଡେଇଁବ ମୁଣ୍ଡଳି ବ୍ୟାରେଜ୍‌ । ଅବସ୍ଥା ଆହୁରି ବିଗିଡ଼ିବ ।  କଟକ, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼ରେ ପଶିବ ବନ୍ୟା । ସେପଟେ ବୈତରଣୀ, ଜଳକା, ବଂଶଧାରାରେ ବି ଟଳମଳ ସ୍ଥିତି ।ଏଥିପାଇଁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା ଓ କଟକ ଭଳି ୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ଟିମ୍‌ ପଠାଯାଇଛି । ଜଳସମ୍ପଦ ବିଭାଗର ଯନ୍ତ୍ରୀଙ୍କୁ ନଦୀବନ୍ଧ ତଦାରଖ ପାଇଁ ପଠା ସରିଲାଣି । ତଥାପି ବନ୍ୟା ଭୟ ବଢୁଛି । ସୋମବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀକୁ ପ୍ରାୟ ୧୧ଲକ୍ଷ କ୍ୟୁସେକ୍‌ ପାଣି ପଶିବ ବୋଲି ଆକଳନ କରାଯାଉଛି । ଏହି ପାଣି ପହଞ୍ଚିବା ପରେ ତଳିଆ ଅଞ୍ଚଳ ବୁଡ଼ିବା ଆରମ୍ଭ ହେବ । ୧୫ ତାରିଖ ସକାଳ ଯାଏ ପ୍ରବଳ ବର୍ଷା ହେବ । ସକାଳ ପରଠାରୁ ବର୍ଷା କମିବ ବୋଲି ପାଣିପାଗ ବିଭାଗ(ଆଇଏମ୍‌ଡି) ପୂର୍ବାନୁମାନ କରିଛି । ହେଲେ ମହାନଦୀର ଉପରମୁଣ୍ଡରେ ବର୍ଷା ଜାରି ରହିବ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ପ୍ରଦୀପ କୁମାର ଜେନା ସତର୍କ କରାଇଛନ୍ତି । ୪ଜିଲ୍ଲାରେ ବନ୍ୟା ଆଶଙ୍କା ଅଧିକ  ଥିବାରୁ ଆଲର୍ଟ ଜାରି କରାଯାଇଛି । ୪ ଜିଲ୍ଲାକୁ ୨୨ଟି ଓଡ୍ରାଫ୍‌, ଏନ୍‌ଡିଆରଏଫ୍‌ ଓ ଅଗ୍ନିଶମ ଟିମ୍‌ ପଠାଯାଇଛି । ବନ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ଆଜି ବନ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ସମ୍ବଲପୁର ସହରର ୨୫ ବସ୍ତି ଏବେ ବି ପାଣି ଘେରରେ ଅଛି । କେନ୍ଦୁଝର ଓ ସୁନ୍ଦରଗଡ଼ ସହରର ଅନେକ ଅଞ୍ଚଳରେ ପାଣି ପଶିଛି ।ରାୟଗଡ଼ାର କାଶୀନଗର ନିକଟରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସେହିପରି ରାୟଗଡା-କୋରାପୁଟ ରେଳପଥର ଭାଲୁମୁସ୍କା ଷ୍ଟେସନ୍‌ ଟନେଲ୍‌ ନିକଟରେ ବିରାଟ ପଥର ଖସି ପଡିଛ। ଫଳରେ ଫସି ରହିଛି ମାଲବାହୀ ଟ୍ରେନ। ଜିଲ୍ଲାର ୩୨୬ ନମ୍ବର ଜାତୀୟ ରାଜପଥ ପରଦିଗୁଡା ନିକଟରେ ରାସ୍ତା ଦବିଯିବାରୁ ଠପ୍ ହୋଇଯାଇଛି ଯାତାୟତ। ୫ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଶହ ଶହ ଯାନବାହନ। ସେପଟେ ବର୍ଷା କାରଣରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଭାଙ୍ଗିଯାଇଛି ବିଜୁ ସେତୁ ଗାର୍ଡ ୱାଲ୍‌। ଫଳରେ ପାଡେନକେତା-ମାଣ୍ଟୁବାଡି ଆପ୍ରୋଚ୍ ରୋଡ୍ ଦବିଯାଇଥିବା ଦେଖାଦେଇଛି। ତୁହାକୁ ତୁହା ବର୍ଷାରେ ବେହାଲ ହୋଇପଡିଥିବା ପାଟଣାଗଡରେ ମଧ୍ୟ ଅନେକ ଘର ଭୁଶୁଡି ପଡିଛି। ପାଟଣାଗଡ ବ୍ରହ୍ମପୁରା ଏବଂ ଭାଟିଶାଲ ପଡାରେ ଦୁଇଟି ଘର ଭୁଶୁଡି ପଡିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ପୁରା ପରିବାର। ମୋହନାରେ ଲଗାଣ ବର୍ଷାର ପାଣି ସୁଅରେ ବୁଡି ରହିଛି ରାସ୍ତାଘାଟ। ଶ୍ମଶାନ ଘାଟକୁ ନେବାକୁ ରାସ୍ତା ନ ଥିବାରୁ ଶବକୁ କାନ୍ଧେଇ ନଦୀ ପାରି କରିଛନ୍ତି ଗାଁ ଲୋକେ। ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ନଦୀଗୁଡିକର ଜଳସସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଓ, ସାଳନ୍ଦୀ, ଖଇରୀଭଣ୍ଡନ ନଦୀରେ ଜଳସ୍ତର ବଢିବାରୁ ତଳିଆ ଅଞ୍ଚ ଳରେ ବନ୍ୟା ଆଶଙ୍କା ରହିଛି। ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପ୍ରଥମଥର ପାଇଁ ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

Leave A Reply

Your email address will not be published.