Jai Odisha
News

ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ ପାଳିତ

ଭୁବନେଶ୍ବର,୦୫।୦୨ :ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ  ଭୁବନେଶ୍ବରରେ ଥିବା ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇ ଶ୍ରଦ୍ଧା​ଞ୍ଜଳି ଅର୍ପଣ କରାଯାଉଛି ।  ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ପ୍ରସନ୍ନ ପାଟଶାଣୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ।    କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ଔରଷ ଓ ଆଶାଲତା ଦେବୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ। କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ବିଜୁବାବୁ ନିଜର ଅସାଧାରଣ ପ୍ରତିଭା ବଳରେ ରାଜ୍ୟ ତଥା ଦେଶ ବିଦେଶରେ ସୁନାମ ଅର୍ଜନ କରି ପାରିଥିଲେ। ଜଣେ ଦୂରଦ୍ରଷ୍ଟା ରାଜନେତା ଭାବେ ତାଙ୍କୁ ବିବେଚନା କରାଯାଏ। ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ସେ ପରିଚିତ ଥିଲେ।    ବିଜୁବାବୁ ଥିଲେ ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ ।  ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ବିଜେଡି ପକ୍ଷରୁ ଓଡ଼ିଶାବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକାରୀ କରାଯାଉଥିବା ଓଡ଼ିଶା ବିକାଶ ଯାତ୍ରାର ଏହି ଅସାମାନ୍ୟ ଉପଲବ୍ଧି ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୂଆ ଓଡ଼ିଶା ଗଠନରେ ସହଯୋଗ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏଥିସହ ରାଜ୍ୟର ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ସହ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ ନିମନ୍ତେ ପ୍ରତିବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.