Jai Odisha
News

ରାଜ୍ୟ ସରକାରଙ୍କ ‘ମୋ ଘର’ ଯୋଜନା

ଭୁବନେଶ୍ୱର,୨୯ା୫: ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ତେବେ ଏହି ୧୮ଟି ପ୍ରସ୍ତାବ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ହେଉଛି ‘ମୋ ଘର’ ଯୋଜନା । ଏହି ବୈଠକରେ ସରକାର ଗ୍ରାମୀଣ ଲୋକମାନଙ୍କ ପାଇଁ ‘ମୋ ଘର’ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟ ବୈଠକରେ ନୂଆ ଯୋଜନା ‘ମୋ ଘର’କୁ ମିଳିଛି ମଞ୍ଜୁରୀ । ନିମ୍ନ ପରିବାରର ଯେଉଁ ହିତାଧୀକାରୀ କୌଣସି ସରକାରୀ ଯୋଜନାରେ ଘର ପାଇନଥିବେ ସେମାନେ ଏହି ଯୋଜନାର ଲାଭ ପାଇପାରିବେ । ଏହି ଯୋଜନାରେ ହିତାଧିକାରୀ ନୂଆ ଘର କିମ୍ବା ଭଙ୍ଗାଘରକୁ ସଜାଡି ପାରିବ ତଥା ଅସଂପୂର୍ଣ୍ଣ ଘରକୁ ସଂପୂର୍ଣ୍ଣ କରିପାରିବେ ।ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ । ଦଶ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାର ସୁବିଧା ରହିଛି । ୧ ଲକ୍ଷ ଋଣ କଲେ ସାଧାରଣ ବର୍ଗଙ୍କୁ ୩୦, ST/SCଙ୍କୁ ୪୦ ହଜାର ସବସିଡି । ଜଣେ ହିତାଧିକାରୀ ଅତି କମରେ ୧ ଲକ୍ଷ, ଦେଢ ଲକ୍ଷ, ୨ଲକ୍ଷ ଏବଂ ୩ଲକ୍ଷ ଟଙ୍କା ଋଣ ପାଇପାରିବେ । ଦେଢ଼ ଲକ୍ଷରେ ୪୫ ଓ ୫୫ ହଜାର, ୨ ଓ ୩ ଲକ୍ଷରେ ୬୦ ଓ ୭୦ ହଜାର ସବସିଡି ପାଇବେ । ପ୍ରଥମ ବର୍ଷକୁ ବାଦ୍ ଦେଇ ବାକି ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ ।କଚ୍ଚା ଘର ଥିଲେ କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ହିତାଧିକାରୀ ପାଇପାରିବେ ଋଣ । ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିଲେ ଋଣ ପାଇବେ । ୫ ଏକର ଜଳସେଚିତ, ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଥିଲେ ମଧ୍ୟ ମିଳିବ ଋଣ । ଋଣ ପାଇବାକୁ ସ୍ୱତନ୍ତ୍ର ୱେବସାଇଟରେ ଜୁନ୍ ୧୬ରୁ ଆବେଦନ ଆରମ୍ଭ ହେବ । ହିତାଧିକାରୀ ଇଛା କଲେ ୧୦ ବର୍ଷ ପୂର୍ବରୁ ଋଣ ପରିଶୋଧ କରିପାରିବେ ।ବ୍ୟକ୍ତିଗତ ବ୍ୟବହାର କିମ୍ବା ବ୍ୟବସାୟ ପାଇଁ ବ୍ୟବହାର ପାଇଁ ଚାରିଚକିଆ ଯାନ ଥିଲେ ଯୋଜନାର ଲାଭମିଳିବନି । ସେହିପରି ପରିବାର ସଦସ୍ୟ ସରକାରୀ ଚାକିରୀ କିମ୍ବା ପେନସନ ଭୋଗୀ ହୋଇଥିଲେ ଯୋଜନାର ଲାଭ ମିଳିବନି ବୋଲି କୁହାଯାଇଛି ।

Leave A Reply

Your email address will not be published.