Jai Odisha
News

ରାଜ୍ୟ ସ୍ତରୀୟ ପାରା ସନ୍ତରଣ ଚମ୍ପିୟାନସିପ୍ – ୨୦୨୪ ଉଦଯାପିତ

ଉଦଯାପିତ ପାରା ସନ୍ତରଣ ଚାମ୍ପିଆନସିପ

ଭୁବନେଶ୍ୱର : ଚଳିତ ବର୍ଷ ଫେବୃଆରୀ ୧୨ ଏବଂ ୧୩ ଦୁଇଦିନ ଧରି ରାଜ୍ୟ ସ୍ତରୀୟ ପାରା ସନ୍ତରଣ ପ୍ରତିଯୋଗିତା ୨୦୨୪ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମରେ ଥିବା ବିଜୁ ପଟନାୟକ ସ୍ଵିମିଙ୍ଗ ପୁଲରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରତିଯୋଗୀତାଟି ପାରା ସ୍ପୋର୍ଟସ ଆସୋସିଏସନ଼ ଓଡ଼ିଶା, ରାଜ୍ୟ କ୍ରୀଡା ବିଭାଗ ମିଳିତ ଅନିକୁଲ୍ୟରେ ପ୍ରତିଯୋଗୀତାଟି ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ କ୍ରିଡ଼ା ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସଫଳ ଖେଳାଳି ଭାବେ ବଲାଙ୍ଗିରର ଦିନେଶ ମୋହନ ମାଝୀ ଏସ୍ -୧୦ ବର୍ଗରେ ୩ ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ସେ ୫୦ମି ଫ୍ରୀ ଷ୍ଟାଇଲ କୁ ୩୧.୧୯ ଅତିକ୍ରମକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦୦ମି ଫ୍ରୀ ଷ୍ଟାଇଲ କୁ ୧:୧୩୬୮ ଅତିକ୍ରମକରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓ ୫୦ମି ବ୍ୟକ୍ ଷ୍ଟ୍ରୋକ କୁ ୩୯.୫୫ ଅତିକ୍ରମ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୁରା ରଜ୍ୟରୁ ୯୧ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ।

Leave A Reply

Your email address will not be published.