Jai Odisha
News

ରାତିରେ ଭୂକମ୍ପରେ ଥରିଲା ଲଦାଖ

 ଲଦାଖରେ ଭୂକମ୍ପର ଝଟକା । ଗତକାଲି ରାତିରେ ଭୂକମ୍ପ ଲଦାଖର କାର୍ଗିଲ ଜିଲ୍ଲାରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା  ୫.୨ । ଭୂକମ୍ପ ଭୂ ଗର୍ଭର ୧୦ କିଲୋମିଟରରୁ ସୃଷ୍ଟି ହୋଇଥିଲା । ଭୂକମ୍ପରେ କୋୖଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂକମ୍ପ ରାତିରେ ସୃଷ୍ଟି ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସେମାନେ ଭୟରେ ଘରୁ ବାହାରି ଏଣେତେଣେ ଦୌଡ଼ି ପଳାଇଥିଲେ । ସବୁଦିନ ବିଭିନ୍ନ ସ୍ଥାନରେ ଭୂକମ୍ପ ସୃଷ୍ଟି ହେଉଛି । ଲଦାଖରେ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳୀ କାର୍ଗିଲର  ଉତ୍ତର-ପଶ୍ଚିମ ଦିଗରେ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.