Jai Odisha
News

ରାଷ୍ଟ୍ରପତିଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ମମତାଙ୍କ ମନ୍ତ୍ରୀଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୧୨/୧୧: ପଶ୍ଚିମବଙ୍ଗରେ ମମତା ସରକାରଙ୍କ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଲୁକ ଉପରେ ମନ୍ତବ୍ୟ ଦେଇଛନ୍ତି । ନନ୍ଦିଗ୍ରାମରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ଏହି ଅରୁଚିକର ମନ୍ତବ୍ୟ ସେ ଦେଇଛନ୍ତି ।ପଶ୍ଚିମବଙ୍ଗ ମମତା ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ଲୁକ୍ ଉପରେ ବିବାଦୀୟ ଟିପ୍ପଣୀ କରିଛନ୍ତି । ନନ୍ଦିଗ୍ରାମରେ ଏକ ଭିଡକୁ ସମ୍ୱୋଧିତ କରିବା ସମୟର ମନ୍ତ୍ରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବିଜେପି ଦୃଢ ନିନ୍ଦା କରିଛି ।  ବିଜେପି ଏହାକୁ କଡ଼ା ନିନ୍ଦା କରିବା ସହ ତୀବ୍ର ସମାଲୋଚନା କରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ନେଇ ଟ୍ବିଟ କରି ନିନ୍ଦା ଜାହିର କରିବା ସହ ମମତା ସରକାରରେ ଥିବା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହି ଭିଡିଓକୁ ବିଜେପି କଡ଼ା ନିନ୍ଦା କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହାକୁ କଡା ସମାଲୋଚନା କରିବାସହ ମମତା ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଏଭଳି ବ୍ୟକ୍ତି ମନ୍ତ୍ରୀ ପଦରେ ରହିବା ସମଗ୍ର ମହିଳା ଜାତି ଏବଂ ସମଗ୍ର ଦେଶ ପ୍ରତି ଅପମାନ। ଏହାକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ।

 

Leave A Reply

Your email address will not be published.