Jai Odisha
News

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସର ପ୍ରସ୍ତୁତି

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ କମିଶନରଙ୍କ ସୂଚନା

ଭୁବନେଶ୍ୱର : ରାଷ୍ଟ୍ରପତି ଗ୍ରସ୍ତକୁ ନେଇ କମିଶନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା. ସୁରକ୍ଷା ଦୃଷ୍ଟିରୁ କଟକ ଭୁବନେଶ୍ୱରରେ ମୁତୟନ ହେବେ 50 ପ୍ଲାଟୁନ ପୋଲିସ ଫୋର୍ସ. ଫେବୃଆରୀ 29 ତାରିଖ ଭୁବନେଶ୍ୱର ଉତ୍କଳ ୟୁନିଭରସିଟିରେ କାର୍ଯ୍ୟକ୍ରମ ରହିଛି. ଏଥି ପାଇଁ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ. ଜଣେ ଡିସିପିଙ୍କ ସହ 10ଜଣ ଅତିରିକ୍ତ ଡିସିପି, 20 ଜଣ ଏସିପି, 38ଜଣ ଏନ୍ସପେକ୍ଟର, 160ଜଣ SI /ASI, 2 ୟୁନିଟ STU ମୁତୟନ ହେବେ. ସେହିପରି କଟକରେ ମାର୍ଚ୍ଚ 1 ତାରିଖ କାର୍ଯ୍ୟକ୍ରମ ରହିଛି. ସେଥିପାଇଁ ମୁତୟନ ହେବେ 20ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ. କଟକ ଡିସିପିଙ୍କ ନେତୃତ୍ୱରେ 4 ଜଣ ଅତିରିକ୍ତ ଡିସିପି,10ଜଣ ଏସିପି, 29 ଜଣ iic ସୁରକ୍ଷା ଦାୟିତ୍ୱ ରେ ରହିବେ. ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ଲୁ-ବୁକ ଅନୁସାରେ ଗ୍ରହଣ କରାଯାଇଛି. 29 ତାରିଖ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ, ପରେ ରାଜଭବନ କୁ ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ଯିବେ. ରାତିରେ ରାଜଭବନରେ ରହିବେ. 1 ତାରିଖ ବ୍ରହ୍ମପୁର ଯିବେ. ସେଠୁ ଭୁବନେଶ୍ୱର ଆସି ବାୟ ରୋଡ଼ କଟକ ଯିବାର କାର୍ଯ୍ୟକ୍ରମ ରହିଛି. ରାଷ୍ଟ୍ରପତି ରାସ୍ତାରେ ଯିବା ଆସିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି.

 

Leave A Reply

Your email address will not be published.