Jai Odisha
News

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି ବସିବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ, ୧୪/୦୨ :  ଆସନ୍ତା ୧୯ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା   ପ୍ରସ୍ତୁତି ଜାରି ରହିଛି । ଆସନ୍ତା ୧୯ରେ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ରହିଛି ଏବଂ ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଶ୍ରୀଜୀଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ନେଇ ଆଜି ବୈଠକରେ ଆଲୋଚନା ହେବାକୁ ଯାଉଛି ।ଆଜି ଅପରାହ୍ନ ୩.୩୦ରେ ଛତିଶା ନିଯୋଗ ବୈଠକ ବସିବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଶ୍ରୀମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ସହିତ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ଭାବରେ ଶୃଙ୍ଖଳିତ ଭାବରେ ହୋଇପାରିବ ତାହା ଉପରେ ଆଜି ବୈଠକରେ ଆଲୋଚନା ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.