Jai Odisha
News

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ

ନୂଆଦିଲ୍ଲୀ,୧୪/୮ :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଦେଶ ପାଳିବ ୭୬ତମ ସ୍ବାଧୀନତା ଦିବସ। ଏହି ଅବସରରେ ଆଜି (ରବିବାର) ସଂଧ୍ୟାରେ ଦେଶକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରୁ ଜାରି ପ୍ରେସ୍‌ ବିଜ୍ଞପ୍ତି ଅନୁସାରେ ଆଜି ସଂଧ୍ୟା ୭ଟାରେ ଅଲ୍‌ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଉଭୟ ହିନ୍ଦୀ ଓ ଇଂରାଜୀରେ   ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ସମ୍ବୋଧନ ପ୍ରସାରଣ କରାଯିବ। ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଗତ ମାସରେ ଶପଥ ନେବା ପରେ ଦେଶ ଉଦ୍ଦେଶ୍ୟରେ ଏହା ହେବ ତାଙ୍କର ପ୍ରଥମ ସମ୍ବୋଧନ। ଗତ ମାସ ୨୫ରେ ରାଷ୍ଟ୍ରପତି ଭାବେ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ ଶପଥ ଗ୍ରହଣ କରିବା ପରେ ସେ ତାଙ୍କର ପ୍ରଥମ ଅଭିଭାଷଣ ରଖିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ (ସୋମବାର) ଲାଲକିଲ୍ଲା ଦୁର୍ଗରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଦେଶବାସୀ ଏବେ ଉତ୍ସାହର ସହିତ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଛନ୍ତି । ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଅଭିଯାନ ଚାଲିଛି । ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ପର୍ବ ପାଳନ କରାଯାଉଛି ।

 

Leave A Reply

Your email address will not be published.