Jai Odisha
News

ରାସ୍ତାକୁ ଭୁଶୁଡ଼ି ପଡ଼ିଲା ୫ ମହଲା କୋଠା

ନୂଆଦିଲ୍ଲୀ,୮।୩ – ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ବଡ ଅଘଟଣ । ବିଜୟପାର୍କ ଅଞ୍ଚଳରେ ଚାହୁଁ ଚାହୁଁ କିଛି ସେକେଣ୍ଡ ମଧ୍ୟରେ ଏକ ବିରାଟ କୋଠାଘର ଭୁଶୁଡି ପଡିଛି । ଏହି ସମୟରେ ସେହି ସ୍ଥାନରେ ଥିବା ବ୍ୟକ୍ତିମାନେ ଚିତ୍କାର କରିଥିଲେ । ଘଟଣାର ସୂଚନା ପାଇଁ ଅଗ୍ନିଶମ ବାହିନୀର ଯବାନମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି | ଦିଲ୍ଲୀର ଭଜନପୁରାସ୍ଥିତ ବିଜୟ ପାର୍କ ଅଞ୍ଚଳରେ ଥିବା ଏକ ପାଞ୍ଚମହଲା କୋଠା ଦେଖୁଦେଖୁ ଭୁଶୁଡି ପଡିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇ ଦିଲ୍ଲୀ ଦମକଳ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଘଟଣା ଘଟିଥିବା ରାସ୍ତାର ଉଭୟ ପାର୍ଶ୍ବକୁ ବନ୍ଦ କରି ଦିଆଯାଇଛି। ରିପୋର୍ଟ ‌ଲେଖାହେଲା ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷକୁ ରାସ୍ତାରୁ ସଫା କରିବା କାମ ଚାଲିଥିଲା।

Leave A Reply

Your email address will not be published.