Jai Odisha
News

ରାସ୍ତାରେ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୨୦ ଯାତ୍ରୀ ଆହତ

ବରଗଡ଼ ,୮।୫: ବରଗଡ଼ ଜିଲ୍ଲା ଭଟଲିରେ ରାସ୍ତାରେ ଗୋଟିଏ ପିକଅପ୍ ଭ୍ୟାନ୍ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଫଳରେ ଭ୍ୟାନରେ ଯାତ୍ରା କରୁଥିବା ୩୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଥିଲେ । ବରଗଡ଼ ଜିଲା ଭଟଲି ଥାନା ଅଧୀନ ପିପଲମୁଣ୍ଡା ନିକଟରେ ସୋମବାର ସଂକୀର୍ତ୍ତନ କଳାକାରଙ୍କୁ ଧରି ଯାଉଥିବା ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗାଡିରେ ଥିବା ୩୨ଜଣ କଳାକାର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ବାସ୍ଥ୍ୟାବସ୍ତା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ବରଗଡ଼ ଜିଲା ଭେଡେନ ବ୍ଲକ ଅଢେଇଗୁଡି ଗ୍ରାମର ହୋଇଥିଲା ବେଳେ ଛତିଶଗଡ଼ ନୂଆପଡା ଗ୍ରାମକୁ ସଂକୀର୍ତ୍ତନ ପରିବେଷଣ କରିବାକୁ ଯାଉଥିଲେ। ଭଟଲି ଥାନା ପିପଳମୁଣ୍ଡା ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ।

 

Leave A Reply

Your email address will not be published.