Jai Odisha
News

ରାସ୍ତା ଅବରୋଧ ହଟାଇବାକୁ ଉମରକୋଟ ରେ ପୋଲିସ ର ଲାଠି ଚାଲାଣ

ନବରଙ୍ଗପୁର ,୧୧|୦୯:ଉମରକୋଟ ତହସିଲଦାରଙ୍କ ଅନୈତିକ କାର୍ଯ୍ୟକଳାପ କରିଥିବା ଅଭିଯୋଗ ଆଣି ବିଭିନ୍ନ ହିନ୍ଦୁ ସଙ୍ଗଠନ ର କାର୍ଯ୍ୟକର୍ତ୍ତା ମାନେ ଦୁଇ ଦିନ ହେଲା ଡାବୁଗାଁ ଉମରକୋଟ ରାସ୍ତା ଅବରୋଧ କରିଥିଲେ। ପ୍ରକାଶ ଥାଉ କି ଅନୈତିକ ଭାବେ ଏକ ସଂପ୍ରଦାୟର ଲୋକଙ୍କୁ ସ୍ମଶାନ ଦେବା ଅଭିଯୋଗ କରିଛନ୍ତି ହିନ୍ଦୁ ସଂଗଠନ ଗୁଡ଼ିକ। ସଂପ୍ରଦାୟ ପାଇଁ ସ୍ମଶାନ ଥିବା ସତ୍ବେ ହିନ୍ଦୁ ବହୁଳ ଅଞ୍ଚଳରେ କବର ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି ଉମରକୋଟ ଅଧିବାସୀ। ଆଜି ସନ୍ଧ୍ୟାରେ ପୋଲିସ ୧୪୪ ଧାରା ଲାଗୁ କରିବା ସହିତ ଆନ୍ଦୋଳନ କରୁଥିବା ଲୋକ ମାନଙ୍କ ଉପରେ ଲାଠିଚାର୍ଜ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.