Jai Odisha
News

ରାସ୍ତା ତଳକୁ ଓଲଟିଲା ୭୦ ଯାତ୍ରୀ ଥିବା ଏକ ବସ୍

ଭୁବନେଶ୍ବର, ୪।୧ଚାନ୍ଦବାଲିରୁ ୭୦ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରକୁ ଆସୁଥିବା ବେଳେ   ଦୁର୍ଘଟଣା ଘଟିଥିଲା । ୭୦ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍ ରାସ୍ତା ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତା ଛପୋଲିଆ ନିକଟରେ ବସଟି ଓଲଟି ପଡ଼ିଥିବା ଜଣାପଡ଼ିଛି ।   ବସଟି ଚାନ୍ଦବାଲିରୁ ଭୁବନେଶ୍ୱର ଆଡ଼କୁ ଆସୁଥିଲା । ହଠାତ୍ କଟକ-ଚାନ୍ଦବାଲି ରାସ୍ତା ଛପୋଳିଆ ନିକଟରେ ଏକ ହାଇୱା ଉକ୍ତ ବସକୁ ଧକ୍କା ଦେଇଥିଲା । ଫଳରେ ବସଟି ରାସ୍ତାତଳକୁ ଓଲଟି ପଡ଼ିଥିଲା । ଘଟଣାସ୍ଥଳରେ ୨୫ ଜଣ ଯାତ୍ରୀ ଆହତ ହୋଇଥିଲେ । ତେବେ ବର୍ତ୍ତମାନ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ବସଟିକୁ ରାସ୍ତା ତଳୁ ଦୌଡ଼ି ସହାୟତାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଅନ୍ୟପକ୍ଷରେ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।

 

Leave A Reply

Your email address will not be published.