Jai Odisha
News

ରାୟପୁରରେ ନିର୍ମାଣ ହେବ ଅମର ଯବାନ ଜ୍ୟୋତି: ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,   ୩୦/୦୧: ରାୟପୁରରେ ନିର୍ମାଣ ହେବ ଅମର ଯବାନ ଜ୍ୟୋତି ,ଛତିଶଗଡ଼ ମୁଖ୍ୟମନ୍ତ୍ରୀଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୂପେଶ ବଘେଲ ସହିଦ୍‌ଙ୍କ ସମ୍ମାନରେ ରାଜ୍ୟର ରାଜଧାନୀ ରାୟପୁରରେ ‘ଛତିଶଗଡ଼ ଅମର ଯବାନ ଜ୍ୟୋତି’ର ନିର୍ମାଣ ନେଇ ଘୋଷଣା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ରାହୁଳ ଗାନ୍ଧୀ ଏହାର ଭୂମି ପୂଜନ କରିବେ ।  ମୁଖ୍ୟମନ୍ତ୍ରୀ ଶ୍ରୀ ବଘେଲ କହିଛନ୍ତି ଯେ, କଂଗ୍ରେସ ବଳିଦାନର ପାର୍ଟି । ବଳିଦାନର ସମ୍ମାନ କରିବା ଶିଖିଛି । ଇତିହାସ ସାକ୍ଷୀ ରହିଛି ଯେ, ଯେକୌଣସି ସମାଜ ହେଉନା କାହିଁକି ନିଜର ସହିଦଙ୍କୁ ସମ୍ମାନ କରି ନଥାଏ, ତାଙ୍କର ତ୍ୟାଗକୁ ମନେ ପକାଇ ନଥାଏ ତଥା ଅପମାନ କରିଥାଏ, ସେହି ସମାଜର ଧୂଳିସାତ୍ ହୋଇଯାଇଥାଏ ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୭୨ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସହିଦଙ୍କ ସମ୍ମାନରେ ନୂଆଦିଲ୍ଲୀରେ ଅମର ଯବାନ ଜ୍ୟୋତି ପ୍ରଜ୍ୱଳିତ କରିଥିଲେ । ସେହି ଦିନ ଠାରୁ ଏହା ଜଳି ଆସୁଛି । କେନ୍ଦ୍ର ସରକାର ନିକଟରେ ଅମର ଯବାନ ଜ୍ୟୋତିକୁ ଇଣ୍ଡିଆ ଗେଟ୍ ଠାରୁ ହଟାଇ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀକୁ ସ୍ଥାନାନ୍ତରିତ କରିଦେଇଛନ୍ତି । ଏବେ ରାଜଧାନୀ ରାୟପୁରରେ ସହିଦଙ୍କ ଉଦ୍ଦେଶ୍ୟରେ ଅମର ଯବାନ ଜ୍ୟୋତି ପ୍ରଜ୍ୱଳିତ ହେବ ।

Leave A Reply

Your email address will not be published.