Jai Odisha
News

ରିବେଲ୍ ଷ୍ଟାର ଉପ୍ପଲପଟି କ୍ରିଷ୍ଣମ ରାଜୁଙ୍କ ପରଲୋକ

ହାଇଦ୍ରାବାଦ,୧୧|୦୯: ଦକ୍ଷିଣର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁ.ଭି. କୃଷ୍ଣମ ରାଜୁଙ୍କର ଦେହାନ୍ତ ହୋଇଛି ।  ଭେଟେରାନ ତେଲଗୁ ଆକ୍ଟର ଉପ୍ପଲପଟି କ୍ରିଷ୍ଣମ ରାଜୁଙ୍କର ପରଲୋକ ହୋଇଛି।ରବିବାର ସକାଳ ୩.୪୫ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଏହାପୂର୍ବରୁ ଶନିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୃଷ୍ଣମ ରାଜୁ ଅଭିନେତା ପ୍ରଭାସଙ୍କ ଦାଦା ଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ କୃଷ୍ଣମ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।ପ୍ରାୟ ୫ ଦଶନ୍ଧୀ ଧରି ତେଲଗୁ ସିନେମାରେ କାମ କରିଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କୁ ଟଲିଉଡ୍‌ର ରିବେଲ ଷ୍ଟାର ବୋଲି କୁହାଯାଏ। ସେ ସାମାଜିକ, ଫ୍ୟାମିଲ, ରୋମାଣ୍ଟିକ, ଥ୍ରିଲର, ଐତିହାସିକ ଓ ପୌରାଣିକ ଆଦି ସିନେମାରେ ଅଭିନୟ କରିଛନ୍ତି। ଅମର ଦୀପମ, ସୀତା ରମୁଲୁ, କଟକାଟାଲ ରୁଦ୍ରାୟ ଆଦି ଫିଲ୍ମ ତାଙ୍କର ସଫଳ ଫିଲ୍ମ ବୋଲି କୁହାଯାଏ।    କୃଷ୍ଣମ ରାଜୁ ୨୦ ଜାନୁଆରୀ ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣମ ରାଜୁ ତାଙ୍କ କ୍ୟାରିୟର ଆରମ୍ଭରେ ଜଣେ ସାମ୍ବାଦିକ ଥିଲେ । ସେ ୧୯୬୬ ଚଳଚ୍ଚିତ୍ର ଚିଲାକା ଗୋରାନିକାରେ ଟଲିଉଡରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ଦକ୍ଷିଣର ସମ୍ମାନଜନକ ନନ୍ଦୀ ପୁରସ୍କାର ପାଇଥିଲା । ଏହା ପରେ ତାଙ୍କୁ ଏନଟି ରାମା ରାଓଙ୍କ ସହ ପୌରାଣିକ ଚଳଚ୍ଚିତ୍ର ଶ୍ରୀକୃଷ୍ଣବତରମରେ ଦେଖିବାକୁ ମିଳିଥିଲା । ସେ ଦକ୍ଷିଣ ଚଳଚ୍ଚିତ୍ରର ଦୁଇଜଣ ଭେଟେରାନ୍ ଅଭିନେତା ଏନଟି ରାମା ରାଓ ଏବଂ ଆକ୍କିନେନି ନାଗେଶ୍ୱର ରାଓଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । କୃଷ୍ମମ ରାଜୁ ୭୦ ଏବଂ ୮୦ ଦଶକରେ ଅନେକ ବଡ଼ ବ୍ଲକବଷ୍ଟର ଚଳଚ୍ଚିତ୍ର କରିଥିଲେ । ପ୍ରାୟ ୫୦ ବର୍ଷ ଧରି ତାଙ୍କ କ୍ୟାରିଅରରେ କୃଷ୍ଣମ ରାଜୁ ପ୍ରାୟ ୧୮୩ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କୃଷ୍ଣମ ରାଜୁଙ୍କୁ ଶେଷଥର ପାଇଁ ତାଙ୍କ ପୁତୁରା ପ୍ରଭାସ ଏବଂ ପୂଜା ହେଗଡେଙ୍କ ଫିଲ୍ମ ରାଧେଶ୍ୟାମରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.