Jai Odisha
News

ରିମାଣ୍ଡରେ ଆସିବେ ନିଶା ମାଫିଆ

ଖୋଲିବ ନିଶା ମାଫିଆଙ୍କ ଗୁମର

ଭୁବନେଶ୍ୱର : ରିମାଣ୍ଡରେ ଆସି ଗଞ୍ଜେଇ ଡିଲ ସମ୍ପର୍କରେ ଗୁମର ଖୋଲିବେ ନିଶା ମାଫିଆ.ଝାଡଖଣ୍ଡୀ ନିଶା ମାଫିଆଙ୍କୁ ରିମାଣ୍ଡରେ ଆଣିବ ସ୍ପେଶାଲ କ୍ରାଇମ ୟୁନିଟ. ତିନି ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ହୋଇଛି ଆବେଦନ. ବିଶେଷ କରି ଏହି କାରବାରରେ ଆର୍ଥିକ କାରବର, ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ନେଇ ହେବ ଖୋଳତାଡ଼. ସ୍ପେଶାଲ କ୍ରାଇମ ୟୁନିଟ ପରେ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ଝାଡଖଣ୍ଡ ପୋଲିସ. ଝାଡ଼ଖଣ୍ଡର ରବିଶଙ୍କର ଦାସ, ରାଜେଶ ଦାସ ଓ ଲ’ କିଶୋର ସହଦେଵ ରିମାଣ୍ଡରେ ଆସିବେ. ତିନି ଜଣ ଅଭିଯୁକ୍ତଙ୍କୁ ଫେବ୍ରୁଆରୀ 12 ତାରିଖରେ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ. ମାଲକାନାଗିରିରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ଯାଉଥିବା ବେଳେ କାବୁ କରିଥିଲା ପୋଲିସ. ପ୍ରଥମେ ପିତାପଲ୍ଲୀ ଛକ ନିକଟରେ ଚକମା ଦେଇ ନିଶା ମାଫିଆ ଫେରାର ହେବାକୁ ପ୍ରୟାସ କରିଥିଲେ କିନ୍ତୁ ପାହାଳ ଛକ ନିକଟରେ ଦୁଇଟି କାର ସହ ତିନି ଅଭିଯୁକ୍ତଙ୍କୁ ଗୋଡେଇ ଧରିଥିଲା ପୋଲିସ. ଜବତ ହୋଇଥିବା ଗାଡି ଭିତରୁ ୩୦୦ କେଜି ଗଞ୍ଜେଇ ଜବତ ହୋଇଥିଲା. ସିକ୍ରେଟ ଚାମ୍ବର ଯୋଗେ ଫିଲ୍ମ ଷ୍ଟାଇଲରେ ଚାଲାଣ ହେଉଥିଲା ଗଞ୍ଜେଇ. ଏହି ଘଟଣାରେ ଆହୁରି ଅନେକ ଗୁମର ଖୁବଶୀଘ୍ର ଖୋଲିବ ବୋଲି ଏଡିସିପିଙ୍କ ସୂଚନା.

 

Leave A Reply

Your email address will not be published.