Jai Odisha
News

ରି ଓପନ୍ ହେବ କି କ୍ୟାମେରାମ୍ୟାନ୍ ମାନସ ମର୍ଡର ଫାଇଲ୍ ?

ଭୁବନେଶ୍ୱର,୨୭ା୨ :ରି ଓପନ୍ ହେବ କି କ୍ୟାମେରାମ୍ୟାନ୍ ମାନସ ମର୍ଡର ଫାଇଲ୍ ?| କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଆସିଲା ବଡ଼ ଅଭିଯୋଗ । ପୂର୍ବତନ ମନ୍ତ୍ରୀ ତଥା ଦୁଇ ବିଜେଡି ବିଧାୟକ ପ୍ରତାପ ଜେନା ଓ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ ମାନସଙ୍କ ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ । ମାନସଙ୍କ ପତ୍ନୀ, ମା ଓ ଭାଇ ଅଭିଯୋଗ କରିଛନ୍ତି ପ୍ରତାପ ଜେନା ଓ ଦିବ୍ୟ ଶଙ୍କର ମିଶ୍ର ସେମାନଙ୍କୁ ଲକ୍ଷେ ଟଙ୍କା ଦେଇ ପାଟି ଚୁପ୍ ରଖିବାକୁ ସରପଞ୍ଚଙ୍କ ମାଧ୍ୟମରେ କହିଥିଲେ । ଏମିତିକି ମାନସଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଆସିଥିଲା 96 ହଜାର ଟଙ୍କା । ମାଧ୍ୟମ ସାଜିଥିଲେ ସ୍ଥାନୀୟ ସରପଞ୍ଚ । ମନ୍ତ୍ରୀମାନଙ୍କ ନାଁ କୁହନାହିଁ ଉଭୟ ତୁମକୁ 25 ଲକ୍ଷ 30 ଲକ୍ଷ ଦେବେ ବୋଲି ସରପଞ୍ଚଙ୍କ ମାଧ୍ୟମରେ ଜଣେ ବ୍ୟକ୍ତି ଆସି କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବାଲୁଗାଁର ଜଣେ ଲୋକେ 1 ଲକ୍ଷ ଟଙ୍କା ଦେଇଥିବା ମାନସଙ୍କ ମା କହିଛନ୍ତି । ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଜେନା ସେମାନଙ୍କ ନାଁ ନ ନେବା ପାଇଁ ଦେଇଥିବା ଅଭିଯୋଗ କରିଛନ୍ତି । ମାନସ ମର୍ଡର କେସରେ ବିବାଦ ଘେରକୁ ଆସିଥିଲା ସେତେବେଳର ଆଇନମନ୍ତ୍ରୀ ପ୍ରତାପ ଜେନା ଓ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି ଶର୍ମିଷ୍ଠା ରାଉତ । ଏବେ ରି ଓପନ୍ ହେବ କି ମାନସ ମର୍ଡର ଫାଇଲ୍, , ତଦନ୍ତ ପରିସରକୁ ଆସିବେ କି ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟ ଶଙ୍କର ମିଶ୍ର ।

Leave A Reply

Your email address will not be published.